ଏଇ ସେଇ ବନ୍ଧନ - ନବ କୁମାର ଦାସ



ତାର ସେଇ ଆଖି ଭିତରେ 
ମିଛ ଲୁହର ଜହ୍ନ 
ନାକ କାନ୍ଦୁରି ପାଗଳାମିରେ - 
ଅମାନିଆ ସ୍ବପ୍ନ ସବୁ 
ଦୁଇ ଓଠର ସ୍ପର୍ଶ ଧାରର ଆଢୁଆଳରେ 
ତାରା ପରି ଚକ୍ ଚକ୍ ଦାନ୍ତ ଗୁଡିକ 
ଯେବେ ଭାଇ ବୋଲି ଡାକିଦିଅନ୍ତି ...
ଆପଣାଛାଏଁ  ଉଛୁଳି ପଡେ 
ମନ ଦରିଆର ଉତ୍ତାଳ ତରଙ୍ଗ 
ଆକାଶର ଦିଗବଳୟରେ ବି 
ବିଶ୍ୱାସର ନୀଳିମା ଲହଡି ଭାଙ୍ଗେ 
ଯେଉଁଠି ଶାନ୍ତିର ସନ୍ଧ୍ୟା ଆସେ 
ବନ୍ଧନର ବିସ୍ତିର୍ଣତା ରେ ଆଣେ କେଉଁ ଏକ 
ପବିତ୍ରତାର ଅର୍ପଣ , ସମର୍ପଣ ....
ସେଇଠି ତ ଜୀବନ ଅଟକେ 
ମଞ୍ଚ ତିଆରି କରେ ....
ସମ୍ପର୍କର ସମର୍ପଣତା ରେ 
ଭାଇ ଭଉଣୀର ଚିତ୍ରାବଳିରେ ...
ଏଇ ରକ୍ଷା କବଚର ରାଖୀରେ 
କହୁଥାଏ ....
ଏଇ ସେଇ ବନ୍ଧନ ....
ଏଇ ସେଇ ବନ୍ଧନ .....।।


ନବ କୁମାର ଦାସ
ସୁରଡ଼ିହା, ବାଲିଆପାଳ, ବାଲେଶର 

Post a Comment

0 Comments