ରାକ୍ଷୀ - ସନାତନ ମହାକୁଡ଼



ବରଷକୁ ଥରେ ରାକ୍ଷୀ ଆସିଥାଏ

ଏଇ କଥା କହିବାକୁ

ମୁହିଁ ଖାଲି ନୁହେଁ ସୂତା ଖିଅଟିଏ

ହାତରେ ବନ୍ଧା ହେବାକୁ  ।

ରାକ୍ଷୀଟିଏ ମୁହିଁ ସାକ୍ଷୀଟିଏ ହୋଇ

କରୁଅଛି ଏଇ ଅଳି

ମୋର ପାଇଁ ଭାଇ ଶପଥ କରଇ

କାଳିଆ ସୁଭଦ୍ରା ଭଳି ।

ଭଲମନ୍ଦ ଆଉ ବିପଦ ବେଳରେ

ରଖିବ ଭଉଣୀମାନ

ତୁଚ୍ଛ ହୋଇଯାଉ ସଂପର୍କ ପାଖରେ 

ଯେତେ ସବୁ ଜ୍ଞାନ ଧନ ।

ଭଉଣୀ ସେମିତି ଭାଇର ହାତରେ

ରାକ୍ଷୀକୁ ବନ୍ଧନ କରି

ଶୁଭ ମନାସଇ ଈଶ୍ୱର ପାଖରେ

ଶୁଣ ପ୍ରଭୁହେ ଗୁହାରୀ ।

ଆସୁ ଏ ଜୀବନେ ଯେତେ ଝଞା ଝଡ଼

ଡର ନାହିଁ କାହାରିକୁ 

ଭାଇ ପରା ଅଟେ ଆକାଶଠୁ ବଡ଼

ଛାଇ ପରି ରହିବାକୁ  ।


ଗ୍ରାମ/ପୋ. ଅ: ଵେରୁଆଁବାରୀ 
ଜିଲ୍ଲା:ନୟାଗଡ଼- ୭୫୨୦୮୨,ଓଡିଶା।  
ଦୂରଭାଷ: ୯୩୩୯୬୧୦୧୬୮
ଇମେଲ୍: sanmahakud@gmail.com
www.sanatanmahakud.in

Post a Comment

0 Comments