ଭାରତ ମାତା - ଅନିତା ମହାକୁଳ



ହେ ଜନନୀ ଜନ୍ମ ଭୂମି
       ଭାରତ ଯାର ନାମ
ମସ୍ତକରେ ଯାର ହିମାଳୟ ଗିରି
       ରୂପେଲି ମୁକୁଟ ସମ ||

ଚିର ସ୍ମରଣୀୟା ଚିର ବନ୍ଦନୀୟା
     ସେ ଆମ ଭାରତ ମାତା
ଭାରତ ର ବୀର ଦେଇ ଜୀବନ ଝାସ
        ରଖିଲେ ଏ ଭାରତ ମାତା ର ଯଶ ||

ଶାନ୍ତି ପ୍ରଦାନ ପାଇଁ ଏ ଭାରତ ବରସେ 
              ଆସିଥିଲେ କେତେ ଗଲେ ସେପୁରୁଷେ
ମାତା ପାଇଁ ଦେଇ ଜୀବନ ବଳି
              ଜାଳିଲେ ମୁକ୍ତିର ଦୀପାଳି ||

ଆସ ଆସ ଭାଇ ଭଉଣୀ ଆସ
           ସଭିଏଁ ମିଶି ଗାଇବା ଜାତୀୟ ଗୀତ
ଭାରତ ମାତା କୋଳରେ ଜନ୍ମି ଗରବ ଆମର
              ରଖିବା ମାନ ସମ୍ମାନ ଏଇ ଦେଶର ||

                            
ଅନିତା ମହାକୁଳ
କାୟାଁଗୋଲା, ଯାଜପୁର
ମୋ -6370811813

Post a Comment

0 Comments