ନୂତନ ଚେତନା ନୂତନ ଦିଗନ୍ତ
ପ୍ରବୃଦ୍ଧ ଜ୍ଞାନର ବାଣୀ,
ମହିୟସୀ ମାଟି ସରଗଠୁଁ ବଳି
ତା ପାଖେ ସରବେ ଋଣୀ....
ଶାନ୍ତିର ସାଧନା ମୈତ୍ରୀର ଭାବନା
ଘରେ ଘରେ ଯହିଁ ଥାଏ,
ସେ ଦେଶ ଭାରତ ଜନନୀ ଆସନେ
ସାରା ବିଶ୍ବେ ପୂଜା ପାଏ....
ଜାତି ଧର୍ମ ବର୍ଣ୍ଣ ଭାଷାରେ ବିଭେଦ
ନୁହେଁ ଆମ ପରିଚୟ,
ସାର୍ବଭୌମ ରାଷ୍ଟ୍ର ନିରପେକ୍ଷ ମତ
ଭ୍ରାତୃଭାବ ସମନ୍ୱୟ....
ସୀମାରେ ସୈନିକ ଉଡାଏ ତ୍ରିରଙ୍ଗା
ସମର୍ପି ଦେଇଛି ପ୍ରାଣ,
ରହିଛି ଅକ୍ଷୁର୍ଣ୍ଣ ଅଖଣ୍ଡ ଭାରତ
ଖାଇଛି ମାତାର ରାଣ ।
ଡା ପ୍ରତୀକ କୁମାର ପହୀ
ପାଣିକୋଇଲି,ଯାଜପୁର
8249132584




0 Comments