ଝକେର୍ ଆଏଲେଁ ମନ୍ ଭିଜ୍ସି
ଭିଜ୍ସି ସାରା ସଁସାର୍।
ସାଗୁଆ ପାଟ୍ ବସନି ପିନ୍ଧି
ଧର୍ ତୀ ରାନୀ ପକାସି ପାହା।
ଭରଲା ପୁରଲା ଦିହେଁ ଧରତୀ
ହଁସୁଥିସି ମୁଲ୍ ମୁଲ୍।
ନଏଦ୍ ନଲିଆ ଗୀତ୍ ଗାଉଥିସନ୍
ଝର୍ ନା ବହୁଥିସି ଖୁଲ୍ଖୁଲ୍।
କଲିଆ ବାଦଲେଁ ବିଜ୍ ଲି ନାଚେ
ମେଘ୍ ବଜଉଥିସି ବଜା।
ମଯୁର୍ ନାଚସି ଉସତ୍ ହେଇ
ଚାତକ୍ ପାଏସି ମଜା।
କ୍ଷେତ୍ ଖଲାଥିଁ ପାନିର୍ ବଏଢ୍
କୁମ୍ ନା ଥିଁ ଲାଗସି ଝୁରୀ।
ସୁନ୍ସୁନିଆଁ ସାଗେଁ ଚାଷିର୍ ବତର୍।
ପଖାଲ୍ ଦେସି ଘିଚି।
କ୍ଷେତେଁ ରହେସି ଚାଷି ବୁପ୍ ରା
ଟୁଣେଁ ମଧୁର୍ ଗୀତ୍।
ସୋଜ୍ ଲୋକ୍ ବାକ୍ ଘରୁ ବାହାରିକେ
ନାଇଁ କହନ୍ ହିତ୍।
ବେଙ୍ଗ୍ କରସି କେଁ କଟର୍,ସାଁପ୍ ,ବେଛୁ
ଯାଏସନ୍ ସିଲ୍ ବିଲେଇ।
ଚେରେ ଚିର୍ ଗୁନ୍ ମୁହେଁ ହଁସି
ଉଡ୍ସନ୍ ଡେନା ଝାରି।
ବନ୍ ,କଁଟା ସବୁ ଟାଙ୍ଗର୍ ହେଇଛେ
ନାଇଁନ ସେଥିଁ ଆରୁ ପାନି।
ଖପ୍ ରା ଘରୁଁ ପାନି ନି ଗଲ୍ ବାର୍
ଛାନି ର୍ ନାଇଁନ ଆରୁ ଠାନି।
ଝରୁଛେ ଝକେର୍ ଚାଷିର୍ ଆଖିନୁଁ
ମାଏଟ୍ ଫାଟି କଲା ଆଁ।
ପୁଞ୍ଜି ପସରା କ୍ଷେତେଁ ସରିଛେ ଗା
କିଏ ହେବା ତାର୍ ସାହା।
ଆ ରେ ଝକେର୍ ଆ,.....ଆ ରେ ଝକେର୍ ଆ।
ଭାରତୀ ପଣ୍ଡା,ବୁର୍ଲା,ସମ୍ବଲପୁର




0 Comments