ଆଏଲା ଅଷାଢ୍ ମାଏଲା ବିଜିଲୀ
ଧର୍'ଲା ଗୁଟେ ଝକେର୍,
ରଝୋ,ରଝୋ ପାଏନ୍ ରୁକିଦେଲା
ଚାଷୀକେ ହେଲା ବତର୍ ।
ସୁଖା ଖେତ୍ ବାହାଲ୍ ,ବେନ୍'ନା ସବୁ
ପାଏନ୍ ଯାଇଛେ ଭରି,
ଚାଷୀ ପିଲାକେ ଦେଖ ସକାଲୁ ଉଠି
ଗଲାନ କବାର୍ କରି ।
ଝୁରି,କକଂରା,ସଲବଲେଇ ହେଇ
ଖେତେ ହେଉଛନ୍ ଘାଟିଁ,
ବର୍'ଷା ପାଗ୍ ଦେଖିକରି ନନୀର୍ ମାଁ
ମସଲା ଦେଇଛେ ବାଟିଁ ।
ଗଛ୍ ପତର୍ ସବୁ ଚମ୍'କି ଗଲା
ଆଏଲା ଅଷାଢ୍ ଧାଇ,
ଧର୍'ତି ଲାଗୁଛେ କାକର୍ କାକର୍
ଖରା ଗଲା ଯେ ପଲେଇ ।
ଜୀବ୍ ଜନ୍ତୁ ଟିକେ ହାଏ ମାଏ ହେଲେ
ପାଏନ୍ ଟିକେ ବର୍ଷା ହେଲା,
ଆମ୍,ଜାମ୍ ଖେଜୁର୍ ଯାହା ପାଚିଥିଲା
ସର୍'ବାର୍ ବେଲ୍ ଆଏଲା ।
ନାମ-ପିଙ୍କୁ ରଣବିଡା
ଜିଲ୍ଲା-ସମ୍ବଲପୁର,ଠେମରା




0 Comments