ଝକେର - ସୁରଭି ସାହୁ




କେତେ ସାଙ୍ଗ୍ ସାଥି ଆଏଲେ ଧାଇଁ

ଆକାଶେ କଲିଆ ବାଦଲର୍ ରୂପ ନେଇ,

ଘଡ଼ଘଡ଼ି ଆର୍ ବିଜଲର୍ ଶବଦ୍

ଆକାଶ୍ ପୁରଥି କେ ଦେଲେ ଗର୍ଜେଇ।



ମେଘ୍ ମନେ ସବୁ ଖେଳବାର୍ ସୁରେ

ବର୍ଷେଇ ଦେଲେ ପାନିର୍ ଧାର୍,

ଗହକି ହେଲା ମେଘ୍ କେ ଦେଖି

ଆମର୍ ସୁନ୍ଦରୀ ଧରନି ମାଆ।



ଗଛ୍ ଲତା ସବୁ ଦୋହଲି ଦୋହଲି

ନାଚଲେ ସୁନି ଝରି ବର୍ଷାର୍ ଶବଦ୍,

ଧୁଇଲ ମେଟ୍ ସବୁ ଧୁଇ ହି କରି

ଚମକୁ ଥିଲେ ଗଛ୍ ଲତା ଆମର୍।



ଶୁଷେ ହୋଉଥିଲା ଖେତ୍ ଖଲା ଆମର୍

ସତେ କରିଥିଲା ଆଁ ପାନିର୍ ଲାଗି,

ପିଇ ନେଲା ଯେତେ ପିଇବାର୍ କଥା

ଆର୍ ରଖୁଛେ ସବୁ ଠୁଲେଇ କରି।



ନଦୀ ନାଲା ସବୁ ବହିଯାଉଛେ

କଲ୍ କଲ୍ ର ଶବଦ୍ କରି,

କେଡ଼େ ସୁନ୍ଦର୍ ଦିଶେ ପୁରଥି ଆମର୍

ଯେବେ ବହିସି ଝରା ବର୍ଷାର୍ ପାନି।




ସୁରଭି ସାହୁ,ନୂଆପଡ଼ା, ଉଦ୍ୟାନବନ୍ଧ

Post a Comment

0 Comments