ଝକେର - ପୂର୍ଣ୍ଣିମା ପଣ୍ଡା



ଝକେର ବର୍ଷା  ଘଡଘଡି କେ

ମେଘ ଦେଲାନ ରଡି

ବିଜିଲି ରାନି କଲାଶାଢୀ ନେ

ଗୁନଶି ଦେଲା ଭିଡି 

ଖଲଖଲାନୁ ଡଙ୍ଗର ପାନି 

ଧାର ଯାଉଛେ ମାଡି

ଶାରୁପତ୍ରେରେ  ବେଙ୍ଗ୍ ବେଙ୍ଗଟି

ରଡି ଶୁଭେ ଘଡିଘଡ଼ି 

ଟୁପ୍ ଟୁପାନୁ କ୍ଷେତବାହାଲ ନେ

ପାନି ଯାଉଛେ ଭରି

ଝରଝରାନୁ ଝରେଇ ଦେଲା 

ଝକେର ବର୍ଷା ଧରି

ଖଁପର ଝିଁକର ଧାରେନ ବତା

ବୁହୁଛେ ଝକେର ପାନି

ଗରିବ ଦୁଖି ପରଜା ବିଚ୍ ରା

ଦୁଃଖ ପାଏ ମନମାନି

ଝରିଯାଉଛେ ଝକେର ପାନି

ଉସତ୍ ଚିକିର୍ ପିଲେ 

ଧାଇଁ ଦବଡି  ଉଠିପଡି କରି

କାଦୋଚିକ୍ ଲେ ମାତଲେ

ସରଲି ଗଲେ ଚିଖଲ ମାଟି

ଦେଖ ପୁତା ଲଟପଟ୍

କାନ୍ଦି ରଡୁଛେ ଝକେର ପାନି

ଅର୍ଲା ପସରା ନଟଖଟ୍

ମଲ୍ ମଲି କରି ଗାଁ ଭୂଆସେନ

ମୁଲକି ହଁସି ମାରି 

ଲସରପସର ଲଟା ଘେଁସରା

ପୋ କେ ନେଲା ଧରି

ଝକେରେ ପାନି ମେଘ ଝରେଇ

ପରଛା କଲା ଭୂଇଁ

ଧୁଇଦେଲାରେ ମଏଲା ଦେଖ

ଶାଗୁଆ ପନକେ ଦେଇ

     ପୂର୍ଣ୍ଣିମା ପଣ୍ଡା 

    ପେଲେସ ଲାଇନ

      ବଲାଙ୍ଗୀର

Post a Comment

0 Comments