ବାଦଲି ଆକାଶ ଲମ୍ ହା ବାଟ ଧିରେଧିରେ ମୋର ପାଦ ଟା ଚାଲଚାଲିକରି କେତେବେଲେ ଯେ ଗାଁ ମଝାଖୁଲି ବଜାର ନିକେ ପୁହୁଁଚି ଯାଇଛେଁ ଯାନି ନିପାରଲି, ଦୁରୁହ୍ ଦେଖଲି ମାଏଝି ମୁନଷ ଦୁଇଟା ତାକର ଜିନିଷପତର ସଁକଲାବେଟଲା କରି କଥା ହେଉଛନ। କାଁ ହେଲାଯେ କେ ଯାନି ତାକର ପାଖକେ ଟିକେ ଗଲି ଯେନ୍ତା ତାକଁର କଥା ଟା ମୋର କାନକେ ଶୁଭବା ।ଆରୁ ସେ ପାଖେଥିବାର ବାଡାନେ ଅଜେଇ ହେଲି । ତୁମ ପଡିକରି କଛି ନି ଜାନଲା ମେତା ତାକଁର କଥା ଶୁନଲି। ମୁନୁଷର ନାଁ ଟା ତ ତାର ମାଏଝି ଡାକୁଥାଏ ଭଗବାନ ର ବା ବଲି। ଭଗବାନ ର ବା ଟା ଜୋରସେ ନିଶାଷ ଟେ ମାରିକରି କହୁଥାଏ, ବୁଝୁଲୁ ରେ ଝିମୋ ଆଜି ବହୁତ କମ୍ ପଏସା ହେଲା ଗା କେନ୍ତା କରମା ଯେ।
ମାଏଝି ଟା ଟିକ ଗହିର ନିଶାଷ ନେଲା ଆରୁ ତାର ମୁନୁଷ କେ ଦେଖଲା। ଦୁହିଲୁକ ର ଆଖିଁ ଗୁଟେ ହେଇଗଲା, ଆରୁ ଝରିଗଲା ତତଲା ପବନ ସଙ୍ଗେ ତତଲା ପାଏନ। ମାଏଝି ତାର ପଏସା କେ ଥରେ ଗନିପକାଲା ଫେର ଥରଥରକରି ଦୁଇଥର ଗନଲା ,ଆର ହେକେଇଁ ହେକେଇଁ କାନ୍ଦଲା।
ମୋର ମନ ଡହଲ ବିକଲ ହେଇ ଯାଉଥାଏ କା'ଣା ହେଲା ଯାନବାର ଲାଗି। ଏନ୍ତା କରି ଛନେ ସମିଆଁ ଗଲା। ତାର ପରେ ସେମୁନୁଷ ପିଲା ତାର ମାଏଝି କେ ଢାଟସା ବନ୍ଦାଲା। କାଁଏ ସୁନ୍ଦର କରି ବୁଝାଲା ଆଜିର କମାନି ଯତନେ ରଖମା, ଆରୁ କାଲି ଆର ଦୁରା ଜିନିଷ ବିକମା ଯେନ ପଏସା ଆଏବା ତାହାକେ ମିଶେଇ କରି ପୋ'ର ଅପରସନ୍ ର ଲାଗି ହସପିଟାଲଥି ଜମା ଦେମା। ତୁଇଚିନ୍ତା ନିକର ଯାନଜୀବନ ଲଗେଇକରି ବାବୁର ଇଲାଜକରମା ,ଦେଖୁଥା ମହାପୁରୁ ତାହାକେ ଯେନ୍ତେହି ହେଲେ ବନେ କରିଦେବେ ଆମେ ଗରିବ ବଲି ସେ ଯାନିଛନ। ସବୁ ଶୁନିକରି ମନ ଶୁନ ହେଇଗଲା। ଘରର ଆର୍ ମାଏଝି କଥା ମୋର ଶୋର ପଡଲା, ସୁଖ ସୁବିଧା ସବୁ ଥେଇକରି କେତେ ଅଶୋନ୍ତୋଷ ଥି ସୁଖର ଜୀବନ କେ ନରକ କରି ଦେଉଛୁଁ ହେଲେ ଯାର ପାଖେ କିଛି ନିନ ସେ ଦମ୍ ଧରି କରି ଜୀବନର ସୁଖ କେ ଆନବାଲାଗି କେତେ ଚେରେଷ୍ଟା କରୁଛେ । ଇଟା ହିଁ ଜୀବନର ଅସଲ କଥା ଆଏ। ଜୀବନ ର ମୂଲ ଆଏ। ମୋର ମନ ତରତର ହେଲା ଆରୁ ଝାଁଏଁଝାଁଏଁ ଗୋଡଟା ଘରର ବାଟ ଧରଲା।
ପୂର୍ଣ୍ଣିମା ପଣ୍ଡା,
ପେଲେସ ଲାଇନ,
ବଲାଙ୍ଗୀର




0 Comments