ଅମୃତ ପରବ - ପୁଷ୍ପାଞ୍ଜଳି ପଣ୍ଡା



ଚିର ବନ୍ଦନୀୟା ଅଭିନନ୍ଦନୀୟା
ଭାରତ ଆମରି ମାଆ
ଅମୃତ ପରବ ପାଳୁଅଛୁ ଆଜି
ମୁକ୍ତି ଦିବସ ଯା ନାଆ।।
ସାରା ବିଶ୍ୱରେ ଭିନ୍ନତା ଭିତରେ
ଐକ ପାଇଁ ଚର୍ଚ୍ଚିତ
ହିନ୍ଦୁ ମୁସଲିମ୍ ଶିଖ୍ ଇସାଇ
ଗାଆନ୍ତି ଏକ ସଙ୍ଗୀତ।।
ସାଗର ଯାହାର ଦୁଇ ପଟ ଡେଣା
ହିମାଳୟ ମଥା ପରି
କୁଳୁକୁଳୁ ଗୀତ ସଦା ଗାଉଥାଏ
ଗଙ୍ଗା ନଦୀ ଗୋଦାବରୀ।।
କୋଟିଏ ପ୍ରାଣରେ ବାଜେ ଏକସୁରେ
ମହାନ୍ ଏ ଦେଶ ଭୂଇଁ
କୋଟି ଜନ୍ମର ପୁଣ୍ୟ ଫଳରେ
ଜନ୍ମେ ଭାରତୀୟ ହୋଇ।।
ତିନିଶ ବରଶ ପରାଧୀନତାରୁ
ମୁକ୍ତି ଲଭିଥିଲା ଆଜି
ବିଶ୍ୱଦରବାର ଦେଖିଲା ଅହିଂସା
ପାଲଟାଇ ଦେଲା ବାଜି।।
ସ୍ୱାଧୀନତା ବଳେ ମୁକ୍ତ ଭାବରେ
ଜୀବନ ଜିଉଛେ ଆମେ
ମହାମାନବଙ୍କ ତ୍ୟାଗ ବଳିଦାନ 
ଭୁଲି ନ ଯିବାଟି କେବେ।।

ପୁଷ୍ପାଞ୍ଜଳି ପଣ୍ଡା
କେନ୍ଦ୍ରାପଡା

Post a Comment

0 Comments