ଏମହୀ ମଣ୍ଡଳେ ଜମ୍ବୁଦ୍ବୀପ ମଧ୍ୟେ
ଭାରତ ଭୂଇଁ ମହାନ
ଯାହାର କୋଳରେ ମାନବ ରୂପରେ
ଦେବତା ହୁଏ ଆସୀନ ||1||
ହିମାଳୟ ଠାରୁ କୁମାରିକା ଯାଏ
କୋଳ ଲମ୍ବିଛି ମୋ ମା'ର
ସାଗର ଯାହାର ଚରଣ ଧୋଉଛି
ଏ ବିଶ୍ୱ ବନ୍ଦଇ ଯାର ||2||
ଯା ମାଟି ପବନ ବୃକ୍ଷ ତରୁ ଲତା
ନଦୀ ପର୍ବତ ସାଗର
ସବୁରି ମହିମା ସଂସ୍କୃତି ଗରିମା
ସବୁ ଅଟଇ ଅପାର ||3||
କେତେ ପୁଣ୍ୟନଦୀ ଝରଇ କୋଳରେ
ପବିତ୍ର ଗଙ୍ଗାର ଧାର
କେତେ ତୀର୍ଥ କ୍ଷେତ୍ର କେତେସାଧୁସନ୍ଥ
ସେପାଇଁ ଏ ଭୂଇଁ ସାର ||4||
ଯାର ଗଙ୍ଗାଜଳ ତୁଳସୀ ପତର
ନିର୍ମାଲ୍ୟ ମୁକତି ଦିଏ
ଚାରିଧାମ ଯାର ଦରଶନ କଲେ
ପାପ ସବୁ ନାଶ ହୁଏ ||5||
ଜାତି ଧର୍ମ ବର୍ଣ୍ଣ ବିଭିନ୍ନତା ମଧ୍ୟେ
ଶାନ୍ତି ମୈତ୍ରୀ ଗୀତ ଗାଏ
ଅହିଂସା ମନ୍ତ୍ରର ଭାଇଚାରା ଆମ
ସବୁ ଧରମରେ ଥାଏ ||6||
କେତେଯେ ବିଦେଶୀ ଆକ୍ରମିଛି ଆସି
ଆମ ସଂସ୍କୃତି ବଞ୍ଚିଛି
ଭେଦଭାବ ଭୁଲି ଏକ ସୂତ୍ରେ ବାନ୍ଧି
ମୋଦେଶ ଆଗେ ଚାଲିଛି ||7||
ଗାନ୍ଧୀ ଗୋପବନ୍ଧୁ ବକ୍ସି ଜଗବନ୍ଧୁ
ସର୍ଦ୍ଦାର ପଟେଲ ହସି
ଧରମା ବାଜିଆ ଲାଲ-ବାଲ-ପାଲ
ନେତାଜୀ ଭଗତ ମିଶି ||8||
ଦେଶ ଜାତି ପାଇଁ ଜୀବନ ସମର୍ପି
ରଖିଥିଲେ ଟେକ ମା'ର
ଏ ପୁଣ୍ୟ ତିଥିରେ ମହାନ ଆତ୍ମାଙ୍କୁ
ଦେବା ପ୍ରୀତି ପୁଷ୍ପ ହାର ||9||
ରତିନାରାୟଣ ରାଉତ (ପ୍ର. ଶି.)
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା
ମୋ.-9438059197




0 Comments