ଧନ୍ୟ ତୁମେ - ଦିନେଶ ମେହେର




ଧନ୍ୟ ତୁମେ ହେ ବୀର ଯବାନ
ଧନ୍ୟ ତୁମର ଜୀବନ
ଧନ୍ୟ ତୁମ ସେଇ ମମତା ମୟୀ ମାଁ
ଯା କୋଳେ ଜନମି ଦେଶରକ୍ଷା ସକାଶେ 
ଆସିଛ ଧାଇଁ।

ହେ ମାଟିର ସୁପୁତ୍ର
ତୁମ ପାଇଁ ମାଁ ଭାରତୀ ଆଜି ଗର୍ବିତ
ଯେବେ ଯେବେ ମାଁ ଆଡ଼କୁ
ଆସିଯାଏ ବିପଦର ଘନଘଟା
ତୁମେ ବନ୍ଧୁକ ଧରି ଆଗେଇ ଆସ
ଭାରତ ମାଁ ର ସେବାରେ।

ନିର୍ଦ୍ଦୟ ଶତ୍ରୁର ଗୁଳି ଯେବେ
ଆମ ଆଡ଼କୁ ମାଡ଼ିଆସେ
ହେ ବୀର ଯବାନ! 
ତୁମେ ହିଁ ଆମ ଆଗରେ ହସି ହସି
ନିଜ ଛାତିରୁ ରକତ ଝରେଇ ଦେଇଯାଅ।
ଧନ୍ୟ ତୁମେ ଏ ସୈନିକ ଭାଇ
ଆମେ ଆଜି ସୁରକ୍ଷିତ ତୁମରି ପାଇଁ।

ନାହିଁ ତୁମ ନାଁ ମନ୍ଦିର
କିନ୍ତୁ ଦେବତା ତୁମେ 
କୋଟି ଭାରତୀୟଙ୍କ ହୃଦୟର
ତୁମେ ହିଁ ଦେବତା,ତୁମେ ହିଁ ଯିଶୁ
ତୁମେ ଆହ୍ଲା ତୁମେ ହିଁ ଖୁଦା।

ଯେବେ ଯେବେ ବିପଦ ର ଛାୟା 
ଆସି ଡରାଉଥିଲା
ତୁମେ ହିଁ ଆମ ଭାଇର କର୍ତ୍ତବ୍ୟ 
ତୁଲାଇଥିଲ।
ଯେଉଁଠି ବି ମାଁ ଭାରତୀ କୋଳ 
ମେଳେଇ ଥିଲା
ସେଇଠି ହିଁ ତୁମେ ଏକ ସୁପୁତ୍ର କର୍ତ୍ତବ୍ୟ ଭାବେ
ନିଘୋଡ଼ ନିଦ୍ରାରେ ଶୋଇ ପଡ଼ିଥିଲ।


ଦିନେଶ ମେହେର
ଜୁନାଗଡ଼ , କଳାହାଣ୍ଡି

Post a Comment

0 Comments