ଜିବନ୍ - ସୁରେନ୍ଦ୍ର ମହାକୁର




ଜନମ୍ ନୁ ମରନ୍ ତକ୍ କେତେ ଚଘେନ୍ ଉତରେନ୍ ଆଏ ଇ ଜିବନ୍ । ମନଭାଂଗି ଜନ୍'ମୁ ମାଁ ଛେଉଁଣ୍ ଆଏ । ନାଁ ଟା ସେ ମନଭାଂଗି ହେଲେଁ ଦୁସରା ଲୁକର୍ ମନ୍ କେ ନାଇଁ ଭାଂଗି କେଭେଁ ଉଲ୍'ଟିଆ ଦଏବ ତାର୍‌ ମନ୍ ଭାଂଗି ନେଇଛେ । ଛୁଆଟା ଅସଖଲନ୍ ନାଇଁ ହେବା ବଲିଁ ଆର୍ ଗୁଟେ ସିଆନି ଆନଲା ମାର୍ ବୁଆ । ଯେନ୍'ତା ସେନ୍'ତା କରିଁ ଜିବନ୍ ଟା ତ ରହେଲା । ଛୁଆଟା ନର୍'ଦି ଡେଗିଁ ଆଇଛେ ବଲିଁ ରାତି ପସେ ତେଲ୍ ମନଭାଂଗିର୍ ଗୁଡେଁ କିଏ ଦେଇନେବା । ଯେତେ ହେଲେଁ ଭି ତ ଖୁଡ୍ ମାଁ ଆଏ । ଛୁଆଟାକେ ଘରର୍ ସବୁ କାମ୍ ବୁତା ଦେଲେଁ କଡା ନାଇଁ ହେବା । କାହାର୍ କାଏଁ ପଡ଼ିଲେ କିଏ ମନଭାଂଗିର୍ ଖୁଡ୍ ମାଁ କେ କହେବା ? ଯିଏ କହେବା ତିର୍ କରମ୍ ଛଡେଇ ନେବା ତିର୍ ଖୁବ୍ ମାଁ ।  

ଇ ଭିତରେଁ ମନଭାଂଗି ଖଟି ଯିବାର୍ ଲାଏକ୍ ହେଲାନ ଆର୍ ତାର୍ ଲାଗିଁ ତାର୍ ଭାଏଗେଁ ମତୁଆଲ୍ ବର୍ ଟେ ଜୁଟଲା । ସେ ପିଲାଟା ମନଭାଂଗିର୍ ଖୁବ୍ ମାଁ ର୍ ଦଦାର୍ ପୁଓ ଭନ୍'ଜା ଯତିନ୍ ଆଏ । ସବୁକଥା ଜାନି ଭି ବାପ୍ ଝି ତାର୍ ଖୁଡ୍ ମାଁ ର କଥା କେତକେଁ କାଟସନ୍ ?
ମନଭାଂଗି ମନେ ମନେ ଯତିନ୍ ଶୁଧୁରିଯିବା ଭାବୁଥିଲା ହେଲେଁ ସେ ମଦ୍ ଲାଗିଁ ତାର୍ ଜିବନ୍ ଭି ଗଲା । ଯତିନ୍ ମରବାର୍ ଆଘୋନୁ ଚିନ୍'ହାଁ ଟେ ଛାଡିକରିଁ ଗଲା ତାର୍ ସିଆନିକେ ଦିହେଁ ହେବାର୍ ମାସ୍ ତିନେ ହେଇ ଯାଇଥାଏ । ଘରର୍ ଲୁକେ ପେଟ୍ ଭିତ୍'ତର୍ ଛୁଆକେ ଅଲଗାବାର୍ ଲାଗିଁ ବନେ ନଟ୍ ଖୁଁଟ କଲେ । ଶଶୁର୍ ବୁଢ଼ା ଧାର୍'ମିକ୍ କିସମର୍ ପାଁଚ ଲୁକିଆ ଲୋକ୍ ଟେ ମନଭାଂଗି କେ ସାହାପଟ୍ ହେଲା । ଦିନ୍ ଯେନ୍'ତୁରୁଁ ବଢୁଥାଏ ମନଭାଂଗିର୍ ପେଟ୍ ଭିତରେଁ ଛୁଆଟା ହେନ୍'ତା ବଢୁଥାଏ । 

ଛୁଆ ଦିହେଁ ରହେଲେଁ ଆମିଲ୍ ଝିମିଲ୍ ମନ୍ ଲାଗ୍'ସି । ତାର୍ ରୁଚି ଅରୁଚି କାହାକେ କହେବା କିଏ ଅଛେ ତାର୍ ? ଆମୁଲ୍ ଫଡେ କି ତେଁତେଲ୍ ଟିକେ ଚାଟି ଚାଟି ଟାଏଟ୍ କନେ ବସି କାନ୍ଦୁଥାଏ ବୁପ୍'ରି ମନଭାଂଗି । ଯେନ୍'ତା ଭି ହେଉ ସେ ଭି ମୁନୁସ୍ ଆଏ ମାର୍ ଭି ତ ମନ୍ ଟେ ଅଛେ ! ପେଟ୍ ଭିତରର୍ ଛୁଆଟା ଭଟାକେ ବାହାରଲେଁ ଛୁଆର୍ ମୁହୁଁକେ ଦେଖିକରି ଜିବନ୍ ଜିଇଁବାର୍ ଆଶ୍ ରଖି ଜିଇଁ ଚାଲିଛେ ମନଭାଂଗି ତାର୍ ଜିବନ୍ । 

ସୁରେନ୍ଦ୍ର ମହାକୁର, କୁରୁଆଁ, ବରଗଡ଼

Post a Comment

0 Comments