'ମାଁ' ମାଁ ବେଲେ ଏକା ଗୁଟେ ଶାନ୍ତି, ମମତାମୟୀର୍ ଛବି ଗୁଟେ ଆମର୍ ମନ ଭିତରେ ତାରସୁକେସୁକେ ପଲେଇଏସି। କେଁ ଯେ କି ମାଁ ଏକା ଆମର୍ ଉଭା ହେଇଥିବାର୍ ଗୁଟେ ସତସତିକା ଦେବୀ।।
ଆମକେ ଜନମ୍ କରସି ଗୁଟେ ମାଁ, ଆରୁ ତାର୍ କୁଲେ କୁଲେଇନେସି ଆର୍ ଗୁଟେ ମାଁ, ' ମୋର୍ ମାଏଟ୍ ମାଁ'। ସେ ମାଏଟ୍ ମାଁ କେ ମୋର୍ ଲାଖ୍ ଲାଖ୍ ଜୁହାର୍,, । ଇ ମାଁ ମୋର୍ ଗାଁ, ଇ ମାଁ ଥି ଅଛେ ମୋର୍ ନାଁ, ଠିକନା,।।।ମାଏଟ୍ ମାଁ ବିଷୟ ନେ ତ ଯେତେ କୁଏଲେ ବି, ତାର୍ ଯେତେ ଗୁନ୍ ଗାଏଲେ ବି ଊନା ହେଉଥିବା, କାଏଁଯେ କି ମା ତ ଶାନ୍ତି, ପ୍ରିତୀର୍ ଭଣ୍ଡାର ଏ।।
ଗାଁ, ସହରନୁ କେତେନିକେତେ ସୁନ୍ଦର ଦିଶଶି। ସହର ନେ ତ ଯେନଲ ଦେଖଲେ ହେଲ ଖାଲି ବଡ ବଡ ଘର୍ ଉପରେ ଘର୍, ଆରୁ ମାଏଟ୍ ବୋଲାଟା କେନ ଲ ପେବ। ସବୁଗୁଲା ଖାଲି ଚକଚକା ସିମେଣ୍ଟ ରାସ୍ତା। ମାତର୍ ଗାଁ ର୍ ଚେହେରା ଖୋବ୍ ସୁନ୍ଦର, ଗଛ ପତର୍ ନେ ଗାଁ ଢାବିହେଇଥିସି, ଥପା ଫୁଲ୍, ମନ୍ଦାର୍ ଫୁଲ୍, ବାନି କେ ବାନି ଫୁଲର୍ ମହକ ନେ ଗାଁ ଖୁଏଲ୍ ମହକିଯଉଥିସି।
ଏବେ ମାତର୍ ସେ ଗାଁ ମାଏଟ୍ ଆରୁ ନିନା। ଗାଁ ବି ସହରର୍ ରୂପ୍ ଧରିବସଲା ନା। ଆଗ ପିଲା ଛୁଆ ଗାଁ ର୍ ଧୁଇଲ୍ କେ ଖେଲି କରି କେତେ ଶରଦା ହଉଥିଲେଁ, ମାତର୍ ଏବେ ଗାଁ ର୍ ରାସ୍ତା ବି ଆରୁ ସେ ଧୁଇଲ୍ ମେଟ୍ ନିନା, ଚକଚକା କଂକ୍ରିଟ ରୋଡ୍ ହେଇଗଲା। ପିଲା ଛୁଆ ଘର୍ ଭିତରେ ଏବେ ମୋବାଇଲ୍ ଥି ଯାହା ଖେଲ୍ ଖେଲୁଛନ୍ ନା,।।
ଆଏଜ୍ ମାଏଟ୍ ମାଁ ଖାଲି ସୁଚକି ସୁଚକି କାନ୍ଦୁଛେ, ତାର୍ ଟୋଟି ଏଜ୍ ଶୁଖିଯଉଛେ। ଗଛ୍ ଲତା କେ ମଣିଷ ଠୁଟନା କରିଦଉଛେ, ଯେଁଥିର୍ ଲାଗି ମାଏଟ୍ ବି ଶୁଖା ଖଡଖଡା ହେଇକରି ଆଁ କରୁଛେ। ଆଗ ଗଛ ପତର୍ ଭର୍ତ୍ତି ଥିଲା ଯେ ମାଏଟ୍ ମା ଲୁଦଲୁଦି ଯଉଥିଲା, ଯେନ ଲ ଦୁଇ ଆଂଗୁଲ୍ କୁଡିଦେଲେ ପେନ୍ ଘଲଘଲି ଯଉଥିଲା। ଆରୁ ଏବେ ମାଏଟ୍ କୁଡା ମସିନ୍ ଆନିକରି ଶହ୍ ଶହ୍ ଫୁଟ୍ କୁଡଲେ ବି ପାନିର୍ ଦେଖା ନେଇଁ, ଖାଲି ଶୁଖା ଧୁଇଲ୍ ବାହାରୁଛେ। କ୍ଷେତ୍ ଖଲା ନେ ବି ସରକାରି ବିଷାକ୍ତ ଖଦ୍ ଦେଇ ଦଉଛନ୍, ଅଧିକ୍ ଅମଲ୍ ମିଲବା ବୋଲି, ଫସଲ୍ ଅଧିକ ମିଲୁଥିବା, ମାତର୍ ଆମର୍ ମାଏଟ୍ ମାଁ ପୁରା ବିଷାକ୍ତ ହେଇକରି ଛଟପଟି ଯଉଛେ, ଇଟା କେ କେଁନ୍ ବି ଆରୁ ଦେଖିନିପାରବାରନା। ହେ ବିଷାକ୍ତ ଖଦ୍ ପଡିଥିବାର୍ ଫସଲ୍ କେ ମଣିଷ୍ ଖେଇକରି ତୋ ସେ ବି ଏଜକେଲ୍ ଅଧା ବୟଷେ ଜୀବନ୍ ହାରୁଛେ। ମାତର୍ ସେ କିଛି ନି ଜାନବାର୍ ନା ତାକେ ତୋ ଖାଲି କମ୍ ଜନିନେ ଅଧିକ ଫସଲ୍ ଦରକାର୍।।।।।।
ଏଜ୍ ମାଏଟ୍ ମାଁ କାନ୍ଦି କାନ୍ଦି କେତେ କଥା କୁଏବା କେ ଚାହୁଁଛେ, ହେଲେ କାହାର୍ ପାଖେ ଆରୁ ସମିଆ ନି ନା ଇ ହରବରିଆ ଦୁନିଆ ଥି, ଆରୁ କାହାର୍ କଥା ଶୁନବା କେ।।। ଯୋର୍ ଯାର୍ ମୁଲକ୍ ତାର୍, ଯେନ୍ ଅଧିକ କମାଲା, ଅଧିକ ପୁଏସା କମାଲା, ସେ ବଡ ଲୋକ୍।।
ମୋର୍ ଇ ଛୋଟିଆ ଗାଁ ନେ ଆଗ କେଁ ଦେଖବ କେତେ ଗହଗହ, ପୂଜାପାଠ, ଠାନଠାନ୍ କେ ସତସଂଗ, ପୁରାଣ ବସା, ଏବେ ବି ସବୁ ହଉଛେ, ହେଲେ ଲୋକର୍ ଲେକର୍ ପାଖେ ସମୟ ନିନା ଯେ ପୂଜାପାଠ କରବାକେ। ଇ ଗାଁ ମାଏଟ୍ ନେ କେତେ ସତୀ, ରଥି ଜନମ୍ ନି କରି ମାର୍ ମୁଡ୍ ଉଚ୍ଚା କରିଛନ୍, ମାଁର୍ ଲାଗି ବରଷ୍ ବରଷ୍ ଲଢିକରି ଜୀବନ୍ କେ ହସି ହସି ହାରିଦେଇଛନ୍, ମାତର୍ ଏବର୍ ଇ ମାଁ ର୍ ପିଲା ଟୁକେଲ୍ କେଁଟା କରୁଛନ୍ ଆଗ୍ ପଛ୍, ନ୍ୟାୟ ଅନ୍ୟାୟ ନି ମାନିକରି ଖାଲି ନିଜର୍ ଲାଭ୍ ଦେଖୁଛନ୍। ନିଜର୍ ଲାଗି କାହାର୍ ଟୋଟି ଚିପିଦଉଛନ୍, କାହାର୍ ଧନ୍ ହଡପ୍ କରୁଛନ୍, ବାଟେ ଘାଟେ ଆରୁ କିଛି ନି ଟେକବାର୍ ନା।
ସବୁଥିର୍ ସାକ୍ଷୀ ଇ 'ମାଏଟ୍ ମାଁ',,, ସେ ସବୁ ଦେଖୁଛେ, ଜାନୁଛେ। ତାର୍ ଛାତି ଫାଟିଯଉଛେ ଏବର୍ ରାବଣ, କଂସ କେ ଦେଖିକରି।। ଆରୁ ମାଏଟ୍ ମାଁ ବି ସହି ନି ପାରୁଛେନା, ଆରୁ ଏନ୍ତି ଯଦି ଚାଲିଥିବା ବେଲେ ଇ ଦୁନିଆ ବି ଲୋପ୍ ପେଇଯିବା,,,,,,,,।
ଆମେ ଆସିଛୁ ଦୁନିଆ କେ ଦୁନିଆ ନୁ ଯିମୁଁ ବି ଦିନେ,,, ଆରୁ ହେତକି ବେଲେ ବି ଇ ମାଏଟ୍ ମାଁ ଏକା ତାର୍ ଦିହି ଥି ଆମକେ ମିଶେଇଦେବା, ଆପଣେଇନେବା, ହେତିରଲାଗି ହେ ମାଁ ର୍ ଆମର୍ ଲାଗି ହେତକି କରୁଛେ, ଆମେ ବି ତାର୍ ଲାଗି କିଛି କରମୁଁ, ଇ ମାଁ ହସଲେ ଆମେ ହଁସମୁଁ। ମାଁ ର୍ ଟୁଣର୍ ଲିଭିଯେଇଥିବା ହଁସି କେ ଆମେ ଫିରେଇଦେମୁଁ,, କେଁ ଯେ କି ଆମେ ଏକା ତାର୍ ହଁସି କେ କେଁନେଁ ଉଭେଇଦିଛୁ।।।
ଇ ମାଏଟ୍ ମାଁ ଆମର୍ ଗାଁ, ଆମର୍ ସାହାରା, । ଗଛ୍ ପତର୍ ଲଗାମାଁ, ଜଂଗଲ କେ ନି କାଟିକରି ତାର୍ ସୁରକ୍ଷା କରମା, ଅନ୍ୟାୟ କେ ନି ସହିକରି ତାର୍ ବିରୁଦ୍ଧ୍ କରମାବେଲେ ଏକା ଆମର୍ ମାଏଟ୍ ମାଁ, ମୋର୍ ଅମ୍ରୁତ୍ ଛୁଆ ଏ ବୋଲବା ଆରୁ ଖଲଖଲି ଖଲଖଲି ହଁସବା, ସାରା ଦୁନିଆ ହଁସବା।।।।
ମୋର୍ ମାଏଟ୍ ମାଁ କେ ମୋର୍ ଗୋଡଧରନି ଜୁହାର୍।।।।।।।।
ଗୌରୀ ମେହେର
ଗମ୍ଭାରୀଗୁଡା
ନୂଆପଡା



0 Comments