ଭୁବିଶ୍ - ପିଙ୍କୁ ରଣବିଡା




ପଏସା ଦେଲେ ମିଲ୍'ସି ଚାକିରି 
ପାଠ୍ ପଢା ପିଲା ରହେସି ବେକାରି
 ଇ ଯୁଗର୍ ଦେଖ ଭାଇ ଭୁର୍'କୁଟି
ପଏସା ବାଲେ,ଗରିବର୍ ଚିପୁଛନ୍ ଟଟିଁ।। 

ସରକାର୍ କରୁଛନ୍ କେତେ ଯୋଜନା
ହେବା ଭାବିକରି ରାଏଜ୍ ସୁନା
ସେ ସବୁ ଯାଉଛେ ଫସର୍ ଫାଟି
ବଡ୍ ବଡିଆ ସବୁ ଖାଇଦେଲେ ଚାଟି।। 

ସରକାରୀ କାମ୍ ସବୁ ଦୁଇ ନମରି
ଚିହ୍ନାର୍, ଜନାର୍ ଲୁକର୍ କାମ୍ ଝାଏକରି
ଗରିବର୍ ଜାଏସି ଝାଲ୍ ବାହାରି
ଅଫିସ୍'କେ ନର୍'ଦି ନର୍'ଦି କରି ।।

ବିସ୍ ଖାଇ ମରୁଛେ ଅରନ୍ ଦାତା 
ଗରିବ୍'କେ ନାଇଁ ମିଲ୍'ବାର୍ ଭତା
ବଡ୍ ବଡିଆ ଲୁକର୍ ଲୁନ୍ ମାଫ୍
ସତ୍ କଥା କହେଲେ ଲାଗ୍'ସି ପାପ୍।। 

ଇନ୍ଦିରା ଆବାସ ଯୋଜନା ମିଲିଥିଲେ ଭି
ଲାଚ୍ ଦେବାର୍'କେ ପଡ୍'ସି ଭାଇ 
ପାଠ୍'ପଢି କରି ଦାଦନ୍ ଖଟ୍'ବୁ
ନିଜର୍ ଘର୍ ଛାଡି ବାହାର୍'କେ ଯିବୁ ।।

ଅସଲ୍ ଗରିବ୍, ହେଇଛେ ଧନୀ
କଥା ହେସନ୍ ଇନ ମୁହୁକେ ଚିହ୍ନି
ଇ ଯୁଗର୍ ଦେଖ ଭାଇ ଭୁର୍'କୁଟି
ସତ୍ କହେଲେ ମୁହେ ପଡ୍'ସି ଚଟି।। 

ନାମ-ପିଙ୍କୁ ରଣବିଡା 
ଜିଲ୍ଲା-ସମ୍ବଲପୁର

Post a Comment

0 Comments