ଜୀବନ୍ - ଝରଣା ତନ୍ତୀ




ରାମପୁର୍ ବୋଲି ଛୋଟ୍ ଗାଁ ଟେ । ସେ ଗାଁ ରେ ଗୋପାଳ ଆଉ ଇନ୍ଦିରା ବୋଲି ଦୁଇ ବର୍ କନିଆଁ ରହୁଥିଲେ ।ତାଙ୍କର୍ ଗୁଟେ ଟୁକେଲ୍ ଛୁଆ ଥାଏ ତାର୍ ନାଁ ହଉଛେ ସୁରଭି। ଗୋପାଳ ଆଉ ଇନ୍ଦିରା ବହୁତ୍ ଗରୀବ୍ ଥିଲେ।ଗୋପାଳ କବାର୍ କାମ୍ କରୁଥିଲା ବେଲେ ଇନ୍ଦିରା ପରର୍ ଘରେ ଖୁରିଗିନା ମାଜେ ଏନ୍ତା କରି ତାଙ୍କର୍ କୁଟୁମ୍ବ୍ ପୁଷନ୍ ।ସୁରଭି ଭଲ୍ ପାଠ୍ ପଢ଼ୁଥାଏ ଘରର୍ କାମ୍ ଥି ବି ତାର୍ ମାଆ କେ ସାହାଯ୍ୟ କରେ । ତାର୍ ସବୁଥିରେ ଜ୍ଞାନ୍ ଥାଏ ।ରଚନା ଲେଖା,ଡିବେଟ୍ ଖେଲ୍ କୁଦ୍ ସବୁଥିରେ ପହେଲା ନମ୍ବର୍ ପାଏ। ପାଶର୍ ଆଶ୍ରମ୍ ଇସ୍କୁଲେ ପଢୁଥାଏ ବହିଖାତା ପିନ୍ଧନ୍,ଉଢ଼ନ୍ ସବୁ ମାଗ୍ ଣା। ମାଟ୍ରିକ୍ ଥି ଫାଷ୍ଟ୍ କ୍ଲାସ୍ ଥି ପାଶ୍ କର୍ ଲା ।କଲେଜ୍ ପଢ୍ ବାର୍ ଲାଗି ଘରେ ପଏସା ନି ।ସୁରଭି ମନେ ମନେ ଭାବ୍ ଲା ଗୁଟେ ବଛର୍ ଭୁତି, ମଜୁରୀକରି ପଏସା ଠୁଲାବି ଆଉ ଆସ୍ ବା ବଛର୍ ପଢ୍ ବି । ସତ୍ କେ ସତ୍ ହେନ୍ତା ସେ କର୍ ଲା । ଗୁଟେ ବଛର୍ ପଏସା ଠୁଲେଇ ତାର୍ ପଏସାଥି ପାଶର୍ କଲେଜ୍ ଥି ନାଆଁ ଲେଖାଲା ।ତାର୍ ସାଙ୍ଗ୍ ମାନେ ସଭେ ସାଇକେଲ୍ ଥି କଲେଜ୍ ଗଲାବେଳେ ସେ ଚାଲି ଚାଲି ଯାଏ। ଛିଡ଼ା ଚପଲ୍ ରେ ପିନ୍ କଁ ଟା ମାରି ପିନ୍ଧି ଯାଏ।କଲେଜ୍ ନୁ ଫିରି ଆସି ଟ୍ୟୁସନ୍ ପଢାଏ ଟିଉସନ୍ ପଏସା ଥି ତାର୍ ଫିଜ୍ ବୁଝାଏ। ଗୁଟେ ବଛର୍ ପାଠ୍ ଛାଡ଼ି ଥିଲେ ବି କଲେଜ୍ ଥି ଫାଷ୍ଟ୍ ହୁଏ। +୨ ରେ ବି ଫାଷ୍ଟ୍ କ୍ଲାସ୍ ପାଇ ପାଶ୍ କର୍ ଲା ।ତାର୍ ପ୍ରିନ୍ସିପାଲ୍ ଖୁସି ହେଇ ଭଲ୍ କଲେଜ୍ ରେ ନାଆଁ ଲେଖେଇ ଦେଲେ ।ତାର୍ ମାଆ ମୁରୁଖ୍ ହେଲେ ବି ପାଠର୍ ମହତ୍ ବୁଝି ଥିଲେ ।ସେ ଉଧାର୍ ବାଏଡ୍ କରି ପାଠ୍ ପଢ଼ାଲେ ।+୩ ରେ ବି ଫାଷ୍ଟ୍ କ୍ଲାସ୍ ସାଙ୍ଗେ ଡିସ୍ ଟିଙ୍କ୍ ସନ୍ ପାଇ ପାଶ୍ କର୍ଲା।ନିଜର୍ ପଏସା ଥି ନିଜେ ପଢ୍ ବାର୍ ଲାଗି ପ୍ରାଇଭେଟ୍ ଇସ୍କୁଲେ ଚାକିରୀ କଲା। M.A ବି କର୍ ଲା ।ଇଆଡେ ତାର୍ ମାଆ ,ବୁଆର୍ ଚିନ୍ତା ବଢୁଥାଏ ସୁରଭି କେ କେନ୍ତା ହାଥେ ନୁ ଦୁଇ ହାଥ୍ କରିଦେତେ ବୋଲି ।ଭଲ୍ ଭଲ୍ ବିହାର୍ ଲାଗି ପ୍ରସ୍ତାବ୍ ଆସେ କିନ୍ତୁ ଗରିବ୍ ଘର୍ ବୋଲି କଟିଯାଏ। ଗୁଟେ ସୁଇପର୍ ଚାକିରୀ କରୁଥିବା ପିଲା ସାଙ୍ଗେ ତାର୍ ମାଆ ବୁଆ ବିହା କରିଦେଲେ। ସୁରଭି ବି ତାର୍ ମାଆ ବୁଆର୍ କଥା ମାନି ବିହା ହେଇଗଲା । ଭାବିଥିଲା ବିହା ହେଲେ ଭାଏଲ୍ ସୁଖେ ଟିକେ ରହେବା କିନ୍ତୁ ଦୁଃଖ୍ ଆଉ ତାର୍ ପିଛା ଛାଡୁଛେ କେନୁ ? କିଛି ଦିନ୍ ଗଲାପରେ ତାର୍ ଶଶୁର୍ ଘରେ ସାଧି ବସ୍ ଲେ ।ଯୌତୁକ୍ ନି ଆନି ବୋଲି କେତେ କଥା କହେଲେ । ତାର୍ ବର୍ ବି ତାହାକେ ଭଲ୍ ନାଇ କରୁଥେଇ ।ସୁରଭି କିନ୍ତୁ ତାର୍ ବିହା ଜୀବନ୍ ବଁଚାବାର୍ ଲାଗି ଗୁହେର୍ ଚେଷ୍ଟା କରୁଥାଏ। ବଛର୍ ପୁରୁନ୍ କି ପିଲା ଛୁଆ ଗୁଟେ ହେଲା ,ହେଲେ ବି ଦୁଃଖ୍ କମ୍ ବା କାଣା ବଢ୍ ବାର୍ କେ ଲାଗ୍ ଲା ତାର୍ ବର୍ ସାଙ୍ଗେ ଏତେ ମନାନ୍ତର୍ ବଢ୍ ଲା ଯେ ତାର୍ ବର୍ ତାହାକୁ ଡେନା ଧରି ଘରୁଁ ବହରେ ଦେଲା ।ବିଚ୍ ରି କାହିଁ ଯିବା ବୁଆ ଘର୍ ଗଲେ ଲୋକ୍ କେତେ କଥା କହେବେ ଭାବି ଛୁଆ ଧରି ସହର୍ କେ ପଲାଲା।ସେନ ଭଡା ଘରେ ରହେଲା । ସେନ ରହି ଛୁଆଙ୍କୁ ଟିଉସନ୍ ପଢାବାର୍ ସାଙ୍ଗେସାଙ୍ଗେ ସିଲେଇ ବି କରେ ଫେର୍ ରାତିରେ ନିଜେ IAS ଲାଗି ପ୍ରସ୍ତୁତ୍ ହୁଏ। କିଛି ଦିନ୍ ପରେ IAs ପରୀକ୍ଷା ରେ ଭାରତ୍ ରେ ୫ ନମ୍ବର୍ ରେଙ୍କ୍ ରଖି ପାଶ୍ କର୍ ଲା ଆଉ ମୟୂରଭଞ୍ଜ୍ ଜିଲ୍ଲାରେ କଲେକ୍ଟର୍ ଚାକିରୀ ପାଏଲା। ସେ ଲୋକ୍ ମାନ୍ କୁ ଗୁହେର୍ ଦୟା କରୁଥିଲା । ଅଫିସ୍ ପରେ ଘରେ ନିଜର୍ କାମ୍ ନିଜେ କରେ ଛୁଆ କେ ବି ଦେଖେ । ଇ ସବୁ ଜାନି ତାର୍ ବର୍ ନୁରି ନରି ସୁରଭି ନେ ଗଲା। ପହେଲା ପହେଲା ସୁରଭି ତାର୍ ବର୍ କେ କ୍ଷମା ନାଇ କରୁଥେଇ କିନ୍ତୁ ଛୁଆ କେ କାଞ୍ଜେ ଟୁରା କର୍ ବି ଭାବି ଫେର୍ ମିଶିଗଲେ ଦୁହିଜନ୍ ।ତାଙ୍କର୍ କୁଟୁମ୍ବ୍ ପୁରା ହେଲା। ହସିଖୁସି ରେ ଜୀବନ୍ ଜିଇଁଲେ ।
            ଝରଣା ତନ୍ତୀ
          ଗାଁ ସଉନାମରା ,ସୁନ୍ଦର୍ ଗଡ୍ ।

Post a Comment

0 Comments