ହାଥେ ବାଉଁଶ୍ ବାଡିର ଠେଙ୍ଗାଟେ ଧରିକରି ଶୁକ୍ରୁ ବାବା ଘର୍ ଛୁନ୍ଦାରେ ମନ୍ ମାରି ବସିଛେ । ତାର୍ ଗଲା ଦିନର୍ କଥାକେ ଭାବିକରି କେତନି ଉସତ୍ ହଉଛେ । ଆର୍ ଫେର୍ ଘାଏକେ ଆଏଖନୁ ପାଏନ୍ ନିଥରି ପଡୁଛେ ।
ଆଏଜ୍ କେ ଚାଳିଶ୍ ବଛର ହେଇଯିବା କଲକଲି ବଡ଼ି ତାର୍ ଜିବନଥି ଆସିଥିଲା । ପୁନିର୍ ଜନ୍ ଉଦିଆଁ ଚିକନ୍ ମୁହୁଁ । ଗୁଟା ଘର୍ କେ ସମ୍ଭାଳି ନେଇଥିଲା । ଚାର୍, ମହୁଲ୍, ଟୋଲ୍, କେନ୍ଦୁ ପତର୍, କ୍ଷେତ୍ ଖଲା ସବୁର ସେ ଏକଲା ମାଲକେନ୍ । ଶୁକ୍ରୁ ବବାକେ କିଛି ଚିନ୍ତା କାରବାର୍ କେ ପଡ଼ୁ ନି ଥେଇ । ବାବା ବଡ଼ି ଗୁଟେ ଜିବନ୍ ହେଇ ଚଳୁଥିଲେ । ଦୁଖେ ସୁଖେ ଦୁହେ ଦୁହି ଝନକେ ସମ୍ଭାଲି ନେଉଥିଲେ । କଲକଲି ବଡ଼ିର ରନ୍ଧା ମନେ ପଡ଼ଲେ ବାବାର ମୁହୁଁନୁ ଆଏଜ୍ ଭି ଲାଲ ନିଥରି ଜିସି ।
ସମିଆଁ ବିତତେଲ ଗଲା ବାବା ବଡ଼ିର କୁଲେ ମହାପୁରୁ ପୋ'ଟେ ଦେଲେ । ଦୁହିଝନ ପୋ'ର ନାଁ ରାମ ରଖଲେ । ରାମ ଜେନ୍ତା ମା ବୁଆର୍ କଥା ମାନୁଥିଲେ ହେନ୍ତା ତାକର୍ ପୋ' ଭି କରବା ବଲି । ବୁଢ଼ା ବୁଢ଼ୀ ଦିନ ରାଏତ୍ ଗୁଟେ କରି ପୋ'କେ ବଢାଲେ ପାଠ୍ ଭି ପଢ଼ାଲେ । ହେଲେ ତାକର୍ ପୋ' ବହଟେ ଆନଲା ଉତାରୁ କାଏଁ ହେଲାଯେ କେଜାନେ ଅଲଗେ ଅଢ଼ିଆ ବସାଲା । ମାଁ ବୁଆକେ ନି ପଚରାଲା । ରୁଘେବେମାରେ ଥିର୍ ଟିକେ ଭି ନି ଦେଲା । ବାବା ତ ସହିଗଲା ସବୁ ହେଲେ କଲକଲି ବଡ଼ି ଏଖନି ତୁମନି ମୁହିଁ ହେଇଗଲା । କାଏଁ ଚିନ୍ତା ସବୁ ଘାରି ବସଲା ଯେ ବେମରିଏନ୍ ହେଇଗଲା । ଗଲା ବଛର୍ ବଡ଼ି ବବାକେ ଛାଡ଼ିକରି ଆର ପୁରକେ ପଲେଇଗଲା । ବବା ଏଭେ ଏକଲା ରାନ୍ଧି ଖାଉଛେ । ବଲ୍ ବଏସ୍ ଭି ନିନ । ଯେନ୍ ପୋ'ର୍ ଲାଗି ଦିନ୍ ରାଏତ୍ ଗୁଟେ ହେଇଯଉଥିଲା ସେ ପୋ' ଆଏଜ୍ ପର୍ କରିଦେଲା । ଜିବନ୍ କହେଲେ ଇଟା ନ କାଏ , ବଲସକତ୍ ଥିଲେ ସଭେ ପଚରାସନ୍ ଆର୍ ଖଙ୍ଗିଗଲେ କିଏ ପଚରୋଛେ । ଇଟା ତ ଜିବନର୍ ରିତ୍ ଆଏ । ବାବା ସବୁ ବୁଝୁଛେ, ସବୁ ଜାନୁଛେ ହେଥିର୍ ଲାଗି ଗୁମ ହେଇକରି ବସିଛେ ।
ଜୀବନକେ ଭି କାଏ ଦୋଷ ଦେବା ଜେଭେ ନିଜର ରକତ୍ ନିଜର ନାଇଁ ହେଲା ?? ବାବା ଜମ୍ ରଜାକେ ଟାକିଛେ କେଭେ ଜମ୍ ତାର୍ ଡୋରଥି ଜିବନକେ ବାନ୍ଧିକରି ନେବା ?? କଲକଲି ବଡ଼ି ସେନେ ଏକଲା ଥିବା । କେନ୍ତା କରୁଥିବା ଯେ କେଜାନେ ??
ଶୁକ୍ରୁ ବାବା ଏନ୍ତା ବସିଛେ ଯେ ବସିଛେ । ସଖାଲୁ ବସିଛେ । କେତେ ବେଲହୁଁ ମୁଡ଼ର ବେଲ୍ ଜେଇକରି ଗାଏ ଆନବାର ବତରର ବେଲ୍ ହେଲାନ । ବାବା ହେନ୍ତା ବାଡ଼ିକେ ଧରିଛେ ଆର୍ ଉପର ଆଡ଼େ ଦେଖି ଦେଖି ହସୁଛେ । କାଏଟା ହସୁଛେ କେଜାନେ ବୁଆ ??
ଠିକ୍ ଇ ସମିଆଁ ଥି ତାର୍ ପୋ' ରାମ ଆଏଲା ବବାକେ ଏନ୍ତା ବାଟ୍ ଦୁଆରେ ବସିକରି ହସୁଥିବାର ଦେଖି ରାଗି ଗଲା । ବୁଆ ଖାଏଲା କି ନାଇଁ ଖାଏଲା କିଛି ନି ପଚରାଲା । ଏ ବୁଢା କେତେ ହସବୁ ବେଲ୍ ବୁଡ଼ଲା ନ ରନ୍ଧା ବଢା ନି କରୁ କାଏଁ ? କହିକରି ହଲେ ଦେଲାଯେ ବାବା ଭୁଇଁଥି ଉଣ୍ଡଲି ଗଲା । ବୁପରା ଜିବନ୍ ପଲେଗଲା । ମରଲା ବେଲେ ବି ବାବା ହସି ହସି ମରିଗଲା । ତାର୍ ପୋ' ବହ ଗେଥରି ଗେଥରି କାନ୍ଦୁଥିଲେ । ହେଲେ ଇହାଦେ କାନ୍ଦଲେ କାଏଁଟା ହେବା ବବା ତ ମରଲା ବେଲେ ତାର୍ ପୋ'ର୍ ହାଥୁ ଥିର୍ ଟିକେ ଭି ନାଇଁ ପାଏଲା । ଇ ଜିବନଟା ନ ଏନ୍ତା ଆଏ କେତେ ବେଳେ ହସାସି କେତେବେଳେ କନ୍ଦାସି , ତାର୍ ବୁଲେ ବୁଲେ ମୁନୁସକେ ନଚାସି । ହେଲେବି ବଚବାର କେ ପଡ଼ସି ଇଟା ତ ଜିବନ୍ ଆଏ । ହଁ ଇଟା ତ ଜିବନ୍ ଆଏ ।
ସଞ୍ଜିତା ପ୍ରଧାନ
ସୁନ୍ଦରଗଡ଼




0 Comments