ଯଶୋଦା ଦେଖିଥିଲେ କୃଷ୍ଣଙ୍କ ପାଟିରେ ସାରା ବିଶ୍ୱବ୍ରହ୍ମାଣ୍ଡ,ଧନ୍ୟ ହୋଇଯାଇଥିଲେ, ପୁତ୍ର ପାଟିରେ ସମଗ୍ର ବ୍ରହ୍ମାଣ୍ଡ ଦେଖି ଆଉ ଏହା ଥିଲା ପୂର୍ବଜନ୍ମ ର ପ୍ରାରବ୍ଧ କର୍ମଫଳ l
ଆଇ କିନ୍ତୁ ନାତୁଣୀ ହାତମୁଠାରେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଦେଖୁଥିଲେ, ଏଇ କିଛିଦିନ ଭିତରେ ଟିକିନାତୁଣୀ ହାତରେ ଫୁଲ ଧରାଇ ଆସୁଥିଲେ ପୂଜା ପାଇଁ, ସେଇ ଟିକି ଟିକି ପାପୁଲି ହାତ ଦୁଇଟିରେ ନାତୁଣୀ କରେ ନମ ନମ ଠାକୁର ଙ୍କୁ, ବୋଳିହୁଏ ଅଳତା, ନେଲପାଲିସ ଦୁଇପାପୁଲିରେ, ଆଉ ଦୁଇ ପାପୁଲି ରେ ଆଇ ମୁଁହକୁ ତୋ ଳିଧରି ଡାକୁଥାଏ ମାଇଁ ଆଉ ସେଇ ହାତ ଦୁଇଟିରେ ବୁଲାଉଥାଏ ସଞ୍ଜ ସଳିତା ଆଇଙ୍କ ସହ, ଆଉ ଡରି ଡରି ଆଇ ଧୂପକାଠି ଓ ସଞ୍ଜସଳିତା ଦେବାକୁ ରାଜି ନହେଲେ ରାହାଧରି କାନ୍ଦୁଥାଏ ନାତୁଣୀ ଟି ତ, ଆଇ ହୁସିଆରରେ ଧରାନ୍ତି ଧୂପଦାନୀ ଓ ଦୀପ, କି ଖୁସି ନାତୁଣୀଟି, ହସିଦିଏ ଲକ୍ଷେଟଙ୍କିଆ ହସ ଟିକେ, ଡାକିଦେଇ ମାଇଁ ବୋଲି, ତ ସମଗ୍ର ବିଶ୍ୱର ଖୁସି ମିଳିଯାଏ ଆଇଙ୍କୁ l
ସେଦିନ ଆଈଙ୍କ ଫେରିବା ବେଳ, ମାଆ ବାପା ଙ୍କ କୋଳରେ ଥାଇ ଅବୁଝା ଆଖିରେ ଚାହିଁଥାଏ ନାତୁଣୀ ଟି, ଆଇ କାନ୍ଦି କାନ୍ଦି ବିଦାୟ ନେଉଥାନ୍ତି, ତ ନାତୁଣୀଟି ହାତ ପାପୁଲି ଦୁଇଟି ବଢ଼େଇ କହୁଥାଏ ନମ ନମ, ତ ତା ପାପୁଲି ଦୁଇ ଯୋଡି ବିଶ୍ୱ ତାରି ହାତମୁଠାରେ ଦେଖୁଥିଲେ ଆଇ ତ ଟ୍ରେନ ଛାଡିଥିଲା, ଆଉ ଅଦୃଶ୍ୟ ହେବାଯାଏଁ ନାତୁଣୀର ମୁଁହ ଆଇ ଙ୍କ ଆଖିରୁ ବହି ଯାଉଥିଲା ଧାରଧାର ଅଶ୍ରୁ l
,,,,,,,,,,,,,,,,,,,,,
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ
7008942215



0 Comments