ଶ୍ରୀକୃଷ୍ଣ ଜନ୍ମ- ଅନ୍ତର୍ଯ୍ୟାମୀ ସାହୁ


ଗୋ-ମାତା ଧରଣୀ ଦ୍ୱିଜ ସାଧୁସନ୍ଥ 
ଏମାନଙ୍କ ଦୁଃଖ ଦେଖି ,
ସହି ନ ପାରିଣ କଷ୍ଟକୁ ନୀବାର୍ଥେ 
ପ୍ରାକଟ୍ଯ ହେ ଚକାଆଖି ।।୧।।

କଂସ ଅତ୍ୟାଚାର ଦିନୁ ଦିନ ବଢେ 
ଅସହ୍ୟ ହୁଅଇ ଦୁଃଖ ,
ସର୍ବ ଦେବାଦେବୀ ସ୍ତୁତି କଲେ ଯାଇ 
ରଖ ଆହେ ପଦ୍ମମୁଖ ।।୨।।

ତ୍ରାହି ତ୍ରାହି ବୋଲି ଉଚ୍ଚସ୍ୱରେ ଡାକ
ଦିଅନ୍ତି ଦେବ ମାନବ ,
ରଖ ରଖ ପ୍ରଭୁ ତୁମ୍ଭ ସୃଷ୍ଟି ଆଜି 
କଂସ ଧ୍ଵଂସ କରି ଦେବ ।।୩।।

ଭକତଙ୍କ ଦୁଃଖ ବ୍ୟାକୁଳତା ଦେଖି 
ଆଶ୍ଵାସନା ବାକ୍ୟ କହି ,
ଶୁଣ ହେ ଦେବତା ଅଗୋ ବସୁମାତା 
କଂସକୁ ନାସିବି ମୁଁହି ।।୪।।

ପାପ ନାଶୀ ମୁଁହି ଉଦ୍ଧାର କରିବି 
ଜନ୍ମ ନେବି ବୃଷ୍ନି କୂଳେ ,
ବସୁଦେବ ପିତା ଦେବକୀ ମୋ ମାତା 
ଜନ୍ମ ହେବି ବନ୍ଦୀଶାଳେ।।୫।।

କଥା ଦେଇ ଥିଲେ ଦେବତା ଗଣଙ୍କୁ 
ସତ୍ୟ ରକ୍ଷା କରି ହରି ,
ଭାଦ୍ରବ ମାସର ଅଷ୍ଟମୀ ତିଥିରେ 
ଜନ୍ମ ହେଲେ ଦଇତାରୀ ।।୬।।

ଘନ ଅନ୍ଧକାରେ ବାରିଦ ଗର୍ଜନ 
ବିଜୁଳି ମାରଇ କେତେ ,
ତୁହାଇ ତୁହାଇ ମେଘ ବରଷଇ 
ଜନ୍ମ ହେଲେ ନିଶାରାତ୍ରେ ।।୭।।

ଦେବକୀ ମାତାର ଦୁଃଖ ଦୂର ସାଥେ
ଦେବ ମାନବ ରକ୍ଷାର୍ଥେ ,
ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟ ହୋଇଲେ 
ଦେବକୀ ମାତା ସମୀପେ ।।୮।। 

ଧନ୍ୟ ସେ ଯଶୋଦା କାହିଁ କେତେ ଭାଗ୍ୟ 
କେତେ ପୁଣ୍ୟ କରି ଥିଲା ,
ଅନନ୍ତ ବ୍ରହ୍ମାଣ୍ଡ ଯାହୃଦୟେ ବାସ
ତାଙ୍କୁ ପୁଣି ଜନ୍ମ ଦେଲା ।।୯।।

ଅନ୍ତର୍ଯ୍ୟାମୀ ସାହୁ
ପଲମ/ନର୍ଲା/କଳାହାଣ୍ଡି

Post a Comment

0 Comments