ସୂର୍ଯ୍ୟମୁଖୀ - ନରୋତ୍ତମ ଦାଶ




ତୁମ ଚାହାଣି ର ଝଲକାଏ ଯଦି
ଅଜାଡି ଦେବ ଏଠାରେ, 
ଧନ୍ଯ ହୋଇ ଯିବ ଜିବନ ମୋହର
ତୁମ କ୍ରୁପା ଭିକ୍ଷା ପରେ। 
ତୁମ ଗୁଣ ସବୁ ବଖାଣି କହିବା
ମୋ ପକ୍ଷେ ନୁହଇ ସାଧ୍ଯ, 
ତୁମ ରୁପକୁ ଯେ ବଖାଣି ପାରିବ
ତାହାର ପରମ ଭାଗ୍ଯ। 
ଗୋଲାପ ପାଖୁଡା ଭରମ କରଇ
ଲାଲିମା ଓଠ ଦୁଇ ଟି, 
ଚମ୍ପାଫୁଲ କଢି ନାସିକା ଦୁଇଟି
କେ ତାର ସରି ହେବଟି।
ଓଠ ନାକ ମଧ୍ଯେ କଲା ଯାଇ ଟିଏ
ଆହୁରି ସୁନ୍ଦର ଦିଶେ, 
ସମ୍ପୂର୍ଣ୍ଣ ମୁଖକୁ ଫୁଲଟାଏ ଭାବି
ମହୁମାଛି ବସି ଚୁଷେ।।


ନରୋତ୍ତମ ଦାଶ, ମୁନେଇକେଲ, 
ପାଇକ ମାଲ, ବରଗଡ଼

Post a Comment

0 Comments