ହୃଦୟର ରାଜା - ଅଞ୍ଜନା ମାଝୀ



ତମ ଗୁଣ ଗାନ କରିବାକୁ ମୁଁ ଯେ

    ପାଉ ନାହିଁ ମୂଲ୍ୟ ଶବ୍ଦ ,

ଅଭିଧାନ ପଢି ଯେଉଁ ଶବ୍ଦ ଆଣେ

    ହେଉନାହିଁ ମନବୋଧ ।

ପଙ୍କେ ଯେହ୍ନେ ପୁଷ୍ପ ପ୍ରସ୍ଫୁଟିତ ହୋଇ 

   ଭମର ମନକୁ ଜିଣେ, 

କୋହ ଅହଂ ଭରା ମାୟାବି ସଂସାରରେ

   ସେହିପରି ତମେ ଜଣେ, 

ନାହିଁ ଲୋଭ ଶକ୍ତି ରଖି ଦେଶ ଭକ୍ତି 

     ସମାଜ ହିତରେ ଛିଡା, 

କିଏ ତମ ଗୁରୁ ମାତା ପିତା ଜନ

    କେଉଁ ବିଧାତାର ଗଢା ।

ଉଙ୍କିମାରେ ପ୍ରଶ୍ନ ମୋ ମନ ଭିତରେ 

   କେଉଁ ରୂପ ହୃଦୟ ର ରାଜା, 

ଦୁଃଖୀଙ୍କ ଆତ୍ମାକୁ ଉଜ୍ବଳ କରେ

   ଯେସନେ ସରଗେ ଜ୍ୟୋତି ।

ବୁଦ୍ଧି, ଜ୍ଞାନ, ବଳ ତାଳେ ଉଣା ନାହିଁ 

       ବ୍ୟାଘ୍ରିଣୀ ପରି ସାହାସ, 

ଝଡ ବାତ୍ଯା ଯେତେ ଭୟରେ ପଲାନ୍ତି 

      ଦେଖି ତମ ମଧୁ ହସ ।



ଅଞ୍ଜନା ମାଝୀ
କଳାହାଣ୍ଡି 

Post a Comment

0 Comments