ବାପା ତୁମେ ମୋ ହୃଦୟ
ମନ୍ଦିର ର ଚଳନ୍ତି ଦେବତା
ତୁମ ଆଶିଷ ଥିବା ଯାଏ
କେବେ ନୁଇଵନି ମୋ ମଥା
ମାଁ ସିନା ଦେଇଛି ଜନ୍ମ
ତୁମେ ଦେଇଛ ପରିଚୟ
ତୁମ ସେହି ପରିଚୟ ପାଇଁ
ଆଜି ମୁଁ ସବୁଠି ବିଜୟ
ସାଥିରେ ରହି ତୁମେ
ସେହି ରାସ୍ତା ରେ ଚଳାଅ
ଯୋଉ ରାସ୍ତା ରେ କଣ୍ଟା ଥାଏ
ହେଲେ ଥାଏ
ନ୍ୟାୟ ଓ ନ୍ୟାୟ ....
ତୁମେ ଥାଉ ଥାଉ ପାଦ
କେବେ ହୁଏ ନି ଟଳମଳ
ତୁମ ସାଥେ ମିଳେ ମୋତେ
ହଜାରେ ହସ୍ତି ର ବଳ
ବାପା ତୁମେ ପରା ସେହି ମଣିଷ
ଆମରି ଟିକିଏ ସୁଖ ପାଇଁ
ଭୂଲି ଯାଅ ଭୋକ ଶୋଷ
କେମିତି ଭୂଲି ଯିବି
ତୁମ ସେହି ପରିଶ୍ରମ
ଆମରି ଖୁସି ପାଇଁ
କର ତମେ କେତେ
ଅସହ୍ୟ ଓ କଠୋର କାମ..
ବାପା....
ଜୀବନ ଥିବା ଯାଏ
ସୁଝି ପାରିବିନି କେବେ ତୁମ ଋଣ
ବାପା ତମେ ପ୍ରକୃତ ରେ ଭଗବାନ
ତମ ବିନା ମୋ ଜୀବନ ଅଧୁରା..ll
ଦସ୍ମିତା ସାହୁ
କୁଶୁର୍ଲା, କଳାହାଣ୍ଡି
ତମ ବିନା ମୋ ଜୀବନ ଅଧୁରା..ll
ଦସ୍ମିତା ସାହୁ
କୁଶୁର୍ଲା, କଳାହାଣ୍ଡି



0 Comments