ଦୁଃଖ୍ ସବୁକେ ଲିଭେଇ ଦେସି,
ଘରେ ସୁଖ, ଶାନ୍ତି ବାହାଁଟୁଥିସି,
ମାଁ, ବୁଆର୍ ମାନ୍ ବଢାସି,
ହଜିଯେସି ସବୁ ଭରମ୍, ଚିନ୍ତା!!
ଘରେ ଥିଲେ ସତେ ଦୁହିତା।।୧
ଉକ୍ୟାବତୀ ସେ ଛନଛନିଆ ଜହ୍ନ୍,
ଅଲପ୍ କେ ବୁଝିନେସି ସବକର୍ ମନ,
ଘର୍ ଦୁଆରର୍ କରସି ବଡା ଯତନ୍,
ମାଁ, ବୁଆର୍ ସେ ଅସଲି ଧନ୍,
ଏ ଗୋ ସେ ଟୁକେଲ୍ ରତନ୍।୨
ଝି ହେଇକରି ମାଁ ଘରେ ଦୁଖ୍ ଭୁଲାସି,
ବୋହୂ ହିକରି ଶାଶ୍ ଘରେ ପର୍ କେ ନିଜର୍ କରସି,
ମାଁ ହିକରି କେତେ ଦୁଖ୍ ସହି,
ନୂଆ ଜୀବନ୍ ଗୁଟେ ଦୁନିଆ କେ ଆନସି,
ସତେ ତାର୍ ବାଇ କେନ୍ ହେଇପାରସି। ୩
ହେଲେ ସମାଜ ଥି ଟୁକେଲ୍ ସୁରକ୍ଷିତ୍ ନିନା,
ନିର୍ଯାତନା, ଯତୁକ୍ ଦାବିନେ କରସନ୍ ତାକେ ହିନମନା,
ଇଟାନିଆନି, ସେଟାନିଆନି, ଶାଶ୍ ଘରେ ଘିଚାଟନା,
ଦୁଃଖ ସହି ସହି, କଥା ଶୁନିଶୁନି ବୁଦ୍ଧି ହେଉଥିସି ବଣା,
ଯେଁ ହେଲେ ବି ସେ ସ୍ନେହ, ସେବା କେବେ ନିକରେ ଉଣା।।।। ୪
ହେଲେ ଆଜିର୍ ଟୁକିଲ୍ କେ ପିଲାନୁ କମ୍ ନି ଭାବ,
ପାଠ୍, ଶାଠ୍, ଖେଲ୍, କୁଦ୍ ସବୁଥି ସେ ଆଗ,
ଅନ୍ୟାୟ୍ କେ ନି ସହିକରି ଭାଂଗିଦେବା ସବକର୍ ଗରବ୍,
ଛିନଛତର୍ କରି ଉଜାଡିଦେବା,
ଦୁର୍ଗା ସାଜି ସବୁ ଧ୍ୱଂସ୍ ବି କରିଦେବା,
ଆରୁ ଗଢି ବି ପାରବା ସୁନାର୍ ସରଗ୍,,,,,,,,
ଗଢି ବି ପାରବା ସୁନାର୍ ସରଗ।।।।।।। ୫
ଗୌରୀ ମେହେର
ଗମ୍ଭାରୀଗୁଡା
ନୂଆପଡା



0 Comments