ବ୍ୟଙ୍ଗ କବିତା - ଅତି ନିଜର ପ୍ରାଣପତ୍ନୀ ମୋର

ଅତି ନିଜର ପ୍ରାଣପତ୍ନୀ ମୋର
ସକାଳ ର ସାତ ଚାଳିଶ୍ ରେ
ବିଛଣା ଛାଡେ ପ୍ରଣୟିନୀ ମୋର
ସକାଳୁ ସକାଳୁ ଉଠିଣ
ହୁଏ ରାଗ ଗରଗର  ।

ତା ପାଖେ ପାଖେ ଟୁଥ୍ ପେଷ୍ଟ 
ନେଇ ହୁଏ ମୁଁ ହାଜର
ଯଦି ତା ଆଗରୁ ନ ପାରିବି ଉଠି
ଆଖି ତା ହୁଏ ଲାଲ ଜରଜର। 

ତା ପାଇଁ ଚା ଜଳଖିଆ ଆଦି 
ଉତ୍ତମ ବ୍ୟଞ୍ଜନ କରେ ମୁଁ ତତ୍ପର  
ହେଳାରେ ଯେବେ ପଡେ ତା ନଜର
ପ୍ରାଣପ୍ରିୟା ମୋତେ ହୁଏ ଗରଗର  ।

ଅଫିସ ଯିବାର ହୋଇଗଲେ ବେଳ
ତ୍ରାହି ପାଇଯାଏ ମୁଁ ପ୍ରାଣପତ୍ନୀ ଠାର 
 କେବେ କରୁଥାଏ ଉତ୍ତମ ବିଚାର 
ସବୁବେଳେ ରଖେ ମୋହର ନଜର। 

ପାଖ ପଡୋଶୀ ମାନେ ନାହିଁ କିଛି 
ଅପମାନ ଦିଏ ଥରକୁ ଥର
ତଥାପି ତ ପ୍ରାଣପ୍ରିୟା ମୋର 
ଅଟେ ଅତି ଆପଣାର। 

ବୃନ୍ଦାବନ ପ୍ରଧାନ
ବାଉଲସିଂହା, ଭଟଲି, ବରଗଡ଼

Post a Comment

0 Comments