ବୟସ- ଦିନେଶ ମେହେର

ଶତାବ୍ଦୀ ପରେ ଶତାବ୍ଦୀ ର ଅନ୍ତ
ନୂତନ ଦିନର ଆଗମନ
ପୁରୁଣା ଦିନର ଅଲିଭା ସ୍ମୃତି
ମନେ ପକେଇ ଦିଏ କେତେ ଯେ ମିଠା କଥା
ପୁଣି ମନରେ ଖେଳିଯାଏ ଅକୁହା କାହାଣୀ ମାନ
ବୟସ ର ତାଳେ ତାଳେ
ଜୀବାତ୍ମା ର ହୁଏ ଅନ୍ତ ଧୀରେ ଧୀରେ
 ନେଇ ଯାଉଅଛି ମୁହୁର୍ତ୍ତ ପରେ ମୁହୁର୍ତ୍ତ କୁ
ବିତି ଯାଉଥାଏ ଉଜାଗରେ
କେତେ ଯେ ନିସ୍ତବ୍ଧ ରାତ୍ରି
ବୟସର ଛକିଶୁନ ଖେଳ ମଧ୍ୟେ
ପୁରୁଣା ଦିନର ଅଭୁଲା ସତେଜ ଆଘାତ
ଛୁଆ ଦିନର ମଧୁର ଦୁର୍ଘଟଣା
ମନେ ଯେବେ ଆସେ 
ଅଶୃସିକ୍ତ କରେ ଚକ୍ଷୁ ଯୋଡିକୁ
ଇଚ୍ଛା ହୁଏ ସମୟର ଚାବି କୁ
ପଛ କୁ ପଛକୁ ମୋଡ଼ି ଦେବାକୁ
ପୁଣି ଇଚ୍ଛା ହୁଏ ଛୁଆ ଟିଏ ହୋଇ
ସମସ୍ତଙ୍କ ଗେହ୍ଲା ହୋଇ ହସିବାକୁ
କିନ୍ତୁ
ନୂତନ ସମୟର ସଙ୍ଗେ ତାଳ ଦେଇ
ନୂତନ ଶତାବ୍ଦୀ କୁ ଆଲିଙ୍ଗନ କରି
ବୟସ ସହ ବଢ଼ି ଚାଲିଛି ଆଗକୁ
ପୁରୁଣା ଦିନ ଠୁ ଚାଲି ଯାଇଛି 
ଦୂରକୁ ଓ ଅନେକ ଦୂରକୁ।



ଦିନେଶ ମେହେର
ପଳାସ କଳାହାଣ୍ଡି
ଧର୍ମଗଡ଼ ସାହିତ୍ୟ ସଂସଦ  

Post a Comment

0 Comments