ଭୂବିସ୍ - ଯଶୋଦା ମାଝୀ



ବିଅର୍ ବଳି ଯେନ୍ ଅଦ୍ଭୁତ୍ ନାଁ କେ 
କିଏ ପାର୍ବା କାଏଁ ଭୁଲି,
ବିଅର୍ ପିଇ କରି ଲୋକ୍ ତୋ ଏବେ 
ବୁଲୁ ଅଛନ୍ ଗାଁ ଖୁଲି।

ଭଲ୍ ଲାଗୁଥାଉ କି ନାଇଁ ଲାଗୁଥାଉ 
ପିବା କେ ନାଇଁ କରନ୍  ମନା,
ବଜାରେ ବସ୍ତିନେ ବିନ୍ଦାସ୍ ପିଉଛନ୍ 
ମନ୍ କେ ନାଇ କରି ଉନା।

ବିଚାରା ବିଅର୍ ବି ସବ୍ କର୍ ଭାଗେ ଲେଖା ନାଇନ
ନାଇ ତୋ ଦୁନିଆଁ ହେଇ ଯାଏତା ପାଗଲ୍
ବିଅର୍ ର  ମୋହଥି ମୋହି ଯାଇକରି
ହେଇ ଯାଏତେ ଆକଲ୍ ବିକଲ୍।

ପିଇ ଦେଲେ ସବୁ ଭଲ୍ ଲୋକ୍ ରେ ଭାଇ
 କରୁ ଥିବେ କେତେ ଭୂର୍କୁଟି,
ନିଶା ଛାଡ଼ି ଗଲେ ସବୁ ଛାଡ଼ି ଯିବା
ଶୋଇ ଥିବେ ଖଟେ ହେଇ ମୂର୍କୁଟି ।

ଭାବି ନେବେ ଛନେକ୍ ଇନ୍ଦର୍ ରାଜା ବଳି
କରି ଦେମୁ ଘାଏଁ ବର୍ଷା,
ଭାବି ନେବେ ଆମେ କୁବେର୍ ମହାରାଜ ଆଉଁ
ଦେଖି ଆସ ମୋର୍ କେତେ ପଏସା।

କିନ୍ଦ୍ରି ବୁଲୁ ଥିବେ  ମହୁଳ୍ ରସର୍ ବଳେ
ନାଚ୍ ବେ ମତୁଆଲ୍ ହେଇ,
ଯାହାକେ ଦେଖ୍ ବେ ଜୁହାର୍ ଟେ କର୍ବେ
ମାନ୍ ସମ୍ମାନ୍ ଟିକେ ଦେଇ।

ରଟି ଦେଇଥିବେ ଗୁଟେକ୍  କଥାକେ
ବାର୍ ବାର୍ ହେଉଥିବେ କହି,
ନିଜର୍  ଜ୍ଞାନ୍ ର ଜେନ୍ତା ଜାଗା ନାଇନ ମୁଡେ
ଭାବୁ ଥିବେ ନିଜେ ବିହି।

ଗୋଟେ ଗୋଟେ ଲୋକ୍ ପୀସନ୍ ବୁଝି ସୁଝି କରି
ମୋଉଜ୍ ମସ୍ତି ଟିକର୍ ଲାଗି,
ଆଉ ଗୋଟେ ଗୋଟେ ପୀଇ ଦେଶନ୍ ଲୁଭେ
ଆଉ କିଏ ଦେଲେ ମାଗି।

ପରର୍ କଥା ଭୁଲି ନିଜର୍ କଥା ଭାଲି
ଚାଲ ହୋ ଆଗ୍ କେ ମାଢ଼ି,
ଭୂର୍କୁଟି ନେଇ କରି ସୁଧ୍ରୀ ଯା ବୋ ଭାଇ
ଦିନ୍ ସମିୟା ନେଇ ଜଉ ଗଢି।


    ଯଶୋଦା ମାଝୀ
ନୂଆପଡ଼ା, ବୋଡ଼େନ, ବୋଇରଗାଁ

Post a Comment

0 Comments