ବନ୍ଧୁତା - ସୁନନ୍ଦା ମହାନ୍ତି

 

ସୌହାର୍ଦ୍ୟ ସଳିତାର ଅର୍ଘ୍ୟ 
ନିବିଡ଼ତାର ଭରା ସ୍ପନ୍ଦନ 
ମିଳନେ ତୁଳସୀ ଚନ୍ଦନ 
ଆନ୍ତରିକତା ରେ ସମୁଜ୍ଜ୍ଵଳ 
ବନ୍ଧୁତା ସସ୍ନେହ ଶୃଙ୍ଖଳ 
ଉଦାସ କଟେ ବାକ୍ୟ ବିନିମୟେ 
ହତାସ ବଶୀଭୂତ ଵି ହୁଏ 
କର୍ମଯୋଗୀ ଅବା ସଂସାରୀ 
ବନ୍ଧୁତାର ମହିମାରେ ଜାଜ୍ଜୁଲ୍ୟମୟ 
ଗାରିମାରେ କୃଷ୍ଣ ସୁଦାମା 
ମହାଭାରତେ କର୍ଣ୍ଣ ଅର୍ଜ୍ଜୁନ 
ରାମାୟଣେ ସୁଗ୍ରୀବ ହନୁମାନ 
ବନ୍ଧୁତାର ନିବିଡ଼ ସ୍ପର୍ଶରେ 
କଳନା ସମୁଦ୍ରକୁ କେ କରିପାରେ? 
ଛଳନା ଆସ୍ତରଣ ନଥାଏ ଅନ୍ତରେ 
ଅନ୍ତର୍ଦ୍ୱନ୍ଦ ଉର୍ଦ୍ଧମୂଖୀ ସଚେତନତାରେ 
ବନ୍ଧୁ ପଣେ ଜଗନ୍ନାଥ ସ୍ୱୟଂ 
ନଥାଏ ବନ୍ୟା ବାତ୍ୟା କରୋନା ଭୟ 
ଲୁହଟିକେ ହୃଦୟରୁ ଦେଇ 
ବନ୍ଧୁତା ରଖିଲେ ତାଙ୍କ  ସାଥେ ବଢ଼ାଇ 
ସ୍ୱର୍ଗ ସୁଖ ମର୍ତ୍ତେ ଯିବା ପାଇ 
ବନ୍ଧୁତାର ନିଦର୍ଶନ ଶଙ୍ଖ ଚକ୍ର 
ଗଦା ପଦ୍ମ ଛଡ଼ାନ୍ତିନି କାଳିଆଙ୍କ ପାଖ 
ଯିଏ ପାଇଛି ସେ ଅମୃତ 
ଜାଣିଛି ମହତ୍ତ୍ୱ ଶତତ ହୋଇ ବଶୀଭୂତ  ।


ସୁନନ୍ଦା ମହାନ୍ତି 
ସାକ୍ଷୀଗୋପାଳ, ପୁରୀ
7008942215

Post a Comment

0 Comments