ଜୟ ମାଆ ସାଗରଦୁଲଣୀ - ପ୍ରତାପ କେଶରୀ ସାହୁ




ନମସ୍ତେ ମା ବିପଦ ଭଞ୍ଜିନୀ
ନମସ୍ତେ ମା ସଂସାର ପାଳିନୀ ।।୧।।
ନମସ୍ତେ ମା ଦାରିଦ୍ର୍ୟ ଭଞ୍ଜିନୀ
ନମସ୍ତେ ମା ସାଗର ଦୁଳଣୀ  ।।୨।।
ମାଗୁଶୀର ମାସ ଗୁରୁବାର
ସଧବା ପୂଜନ୍ତି ତୋ ପୟର   ।।୩।।
ତୋହର ପୂଜା ଯେ ଭକତିରେ
କରଇ ନିଷ୍ଠା ନମି ତୋ ପୟରେ ।।୪।।
ସର୍ବଦା ପ୍ରସନ୍ନ ତୁହି ମାତ
ଦେଉ କୋଟି ନିଧି ଆଦିମାତ ।।୫।।
ଜଗତକୁ ପଡ଼ି ଦେଉତୁହି
ଜଗତକାରିଣୀ ନାମ ବହି  ।।୬।।
ମହାଲକ୍ଷ୍ମୀ ନାମ ଗୋଟି ଖ୍ୟାତ
ସଂସାରର ସାର ଜଗନ୍ନାଥ  ।।୭।।
ତେଣୁ କରି ବିନତୀ ମୋ ଘେନ
ଶ୍ରୀଚରଣେ ଦିଅମୋତେ ସ୍ଥାନ ।।୮।।

ପ୍ରତାପ କେଶରୀ ସାହୁ
ପଲମନର୍ଲାକଳାହାଣ୍ଡି

Post a Comment

0 Comments