( ଗାଁ ଓ ସହର ମଧ୍ୟ ରେ ଥିବା ପାର୍ଥକ୍ୟ | ଆମ ସଂସ୍କାର ଓ ସଂସ୍କୃତି ର ଅବହେଳା, ଅତ୍ୟାଧୁନିକ ପାରିବର୍ତନ ର ଚିତ୍ର ଉକ୍ତ ବିଷୟ ରେ ପ୍ରତିପାଦିତ ହୋଇଛି |)
ଗାଁ ଓ ସହର
ଗାଁ ସବୁଜ ଧରଣୀ ରେ ପରିପୂର୍ଣ୍ଣ | ପ୍ରାକୃତିକ ସୌନ୍ଦର୍ଯ୍ୟ ର ଗନ୍ତାଘର | ସଭ୍ୟତା, ସଂସ୍କୃତି, ସଂସ୍କାର, ବାର ମାସରେ ତେର ପର୍ବ ର ପାଳନ ଗ୍ରାମ ର ଲୋକ ମାନଙ୍କ ଠାରେ ସ୍ପଷ୍ଠ ଦେଖିବାକୁ ମିଳେ |ସମୟାନୁକ୍ରମେ ଯୁଗାନ୍ତକାରୀ ପରିବର୍ତ୍ତନ ଘଟୁଛି |ଗାଁ ବି ଏବେ ସହର ସହର ବାସୁ ଛି |ଚାଷୀ ଟିଏ ବି ଆଜି ତାର ହଳ ଲଙ୍ଗଳ କୁ ଛାଡି ଟ୍ରାକ୍ଟର ଆଉ ପାବାଟେଲର ପଛେ ଧାଉଁଛି |
ସହର ରେ ଥିବା ବାବୁ ବାବୁଆଣି ଙ୍କର କଥାବାର୍ତା , ଚାଲିଚଳନ ପୁରା ଅଲଗା |ଜଣେ ଦେଖୁ ଦେଖୁ ଜାଣି ଦେବ କିଏ ଗାଉଁଲି, ଆଉ କିଏ ସହରି ବୋଲି | ଗାଁ ରେ ନବ ବଧୂ ର ଯେଉଁ ଓଢଣୀ ଟଣା ଲାଜ,ହାତରେ ନାଲି ଶଙ୍ଖା ଓ ପାଣି କାଚ, ମଥାରେ ମଥାଏ ସିନ୍ଦୁର ର ସଧବା ଭେଷ, କେତେ ଭଲ ଲାଗେ ନା ! କିନ୍ତୁ ସହରୀ ସଭ୍ୟତା ର ସ୍ତ୍ରୀ ଲୋକ ମାନେ ଏସବୁ ପିନ୍ଧିବାକୁ କୁଣ୍ଠାବୋଧ ମନେ କରନ୍ତି |
ମୁଣ୍ଡରେ ଓଢଣୀ ଦେବା ତ ଦୂରେ ଥାଉ ମଥାରେ ସିନ୍ଦୁର ବି ଲଗାଉ ନାହାନ୍ତି |ଯେମିତି ସିନ୍ଦୁର ରେ ତାଙ୍କ ସୌନ୍ଦର୍ଯ୍ୟ କମିଯାଉଛି |ହଁ କିଛି ସ୍ତ୍ରୀ ଲୋକ ସ୍ୱାମୀ ଜୀବିତ ଅଛନ୍ତି ବୋଲି ଗୋଟେ ସନ୍ତକ ରଖି ସିନ୍ଦୁର ଲଗାଉଛନ୍ତି | କିନ୍ତୁ ତାଙ୍କ ସିନ୍ଦୁର ର ମାତ୍ରା ବହୁତ କମ ହୋଇଯାଇ ଓଠ ରେ ଲିପିସ୍ଟିକ ର ମାତ୍ରା ଟା ଭାରି ଅଧିକ ଦିଶୁଛି |
ହଁ ଏବି ତାଙ୍କ ଦୋଷ ନୁହେଁ, ଏ ତ ସହରୀ ସଭ୍ୟତା ଓ ସେଠାକାର ପାଣି ପବନ ର ଦୋଷ |ହେଲେ ଆମ ଗାଉଁଲି ସଭ୍ୟତା ଆମକୁ ସଂସ୍କାର ଶିଖାଇଥାଏ, ସଂସ୍କୃତି ର ପଥ ଦେଖାଇ ଥାଏ |ହେଲେ ଯୁଗର ପରିବର୍ତ୍ତନ ମଣିଷ କୁ ମଧ୍ୟ ପରିବର୍ତ୍ତନ ର ସ୍ୱାଦ ଚଖାଉଛି |ଯୁଗ ବଦଳି ବ ସହ ଗାଉଁଲି ମଣିଷ ଦେହରେ ଆଧୁନିକତା ର ପବନ ଶିହରଣ ହେଉଛି |ଯେତେବେଳେ ଗାଁ ଆଧୁନିକତା ଆଡକୁ ମୁହାଁଉଛି ସେତେବେଳେ ସହର ଅତ୍ୟାଧୁନିକତା ଆଡକୁ ରାସ୍ତା କାଢି ନେଇଛି |ପରିବର୍ତନ ଧାରାରେ ସହରୀ ସଭ୍ୟତା ଗାଉଁଲି ସଭ୍ୟତା ଠାରୁ ଗୋଟେ ପାଦ ଆଗରେ |ଗାଁ ରେ ଯାତାୟତ ପାଇଁ ଶଗଡ଼ ଗାଡି ର ଆବଶ୍ୟକ କରୁ ଥିଲେ, ହେଲେ ଏବେ ଆଉ ଶଗଡ଼ ଦେଖିବାକୁ ମିଳୁନି |ଘରେ ଘରେ ମୋଟର ଗାଡି | ଆମ ଗାଉଁଲି ସଭ୍ୟତା ର କେତେ ପୁରୁଣା ଜିନିଷ ଗୁଡିକ ଏବେ ସଂଗ୍ରାହଳୟ ରେ ଅଜାଣତ, ଅଗଣିତ ଦର୍ଶକ ମାନ ଙ୍କୁ ଦେଖାଇବା ପାଇଁ ରଖାଯାଇଛି |ଗାଉଁଲି ସଭ୍ୟତା ର ଲୋକ ଭାରି ଈଶ୍ୱର ବିଶ୍ୱାସୀ, ହେଲେ ସହରୀ ସଭ୍ୟତା ର ଲୋକେ ଐଶୋରିକ ଶକ୍ତି କିଛି ଅଛି ବୋଲି ମାନିବାକୁ ନାରାଜ |
ପରିବର୍ତ୍ତନ ବିଭିନ୍ନତା ଆଣିଦିଏ | ହେଲେ ଏହି ଅତ୍ୟାଧୁନିକ ପରିବର୍ତ୍ତନ ଆମ ସଂସ୍କୃତି, ସଭ୍ୟତା ଓ ସଂସ୍କାର ଉପରେ ଯେମିତି କଳା ବାଦଲ ଢାଙ୍କି ଦେଉଛି | ଏହି ଅତ୍ୟାଧୁନିକ ଯୁଗରେ, ଏହି ସହରୀ ସଭ୍ୟତା ଆଗରେ ଆମ ଗାଉଁଲି ସଭ୍ୟତା, ସଂସ୍କୃତି, ସଂସ୍କାର ଓ ପରିଚୟ ଯେମିତି ଲୁଚି ନ ଯାଉ, ସେ ବିଷୟ ରେ ଧ୍ୟାନ ଦେବା ଉଚିତ |
ଲେଖିକା - ସୁବାସିନି ସାମଲ
ଗ୍ରାମ -ବଣିଆପାଳ, ଜିଲ୍ଲା - ଯାଜପୁର,
ବରୁଣେଶ୍ୱର ମହାବିଦ୍ୟାଳୟ ର ଛାତ୍ରୀ



0 Comments