ଜୋର ଯାଆର ମୂଲକ ତାହାର - ସୁବାସିନି ସାମଲ

ଜୋର ଯାଆର ମୂଲକ ତାହାର
ଏଇତ ଦୁନିଆ ଆମର
ଯୋଉଠି ଦେଖିବ ଦୁର୍ବଳ କୁ ଏଠି
ମିଳୁଅଛି ଅତ୍ୟାଚାର |
ଜୋର ଯାଆର ମୂଲକ ତାହାର
ଏଇତ ଦୁନିଆ ଆମର |
ନିଜ ପକେଟ ରେ ପଇସା ନଥିଲେ 
କେହି ନୁହେଁ ଏଠି କାହାର
ଗରିବର ଆଜି ନାହିଁ ପରିଚୟ
ସବୁ ଏଠି ଖାଲି ଧନୀ ର
ଜୋର ଯାଆର ମୂଲକ ତାହାର
ଏଇତ ଦୁନିଆ ଆମର |
ଖାଲି କଥାରେ କଥାରେ କୁହନ୍ତି ସିନା
ସବୁଲୋକ ଏଠି ସମାନ,
ପ୍ରକୃତ ରେ ଏଠି ଧନୀ ଗରିବ ର
କେତେଯେ ପାତର ଅନ୍ତର |
ଜୋର ଯାଆର ମୂଳକ ତାହାର
ଏଇତ ଦୁନିଆ ଆମର |
 ଶକ୍ତିଶାଳୀ ଏଠି ବଳବାନ ସାଜି
ଦୁର୍ବଳ କୁ କରେ ଶିକାର |
ଜୋର ଯାଆର ମୂଲକ ତାହାର
ଏଇତ ଦୁନିଆ ଆମର |

        
ସୁବାସିନି ସାମଲ 
ଗ୍ରାମ -ବଣିଆପାଳ,ଜିଲ୍ଲା -ଯାଜପୁର 
ବରୁଣେଶ୍ୱର ମହାବିଦ୍ୟାଳୟ ର ଛାତ୍ରୀ 

Post a Comment

0 Comments