ବାପା - ବୃନ୍ଦାବନ ପ୍ରଧାନ

ଵାପା



ଦୁଃଖର ନଦୀରେ ଭାସୁଛି ମୁଁ ଆଜି
ପାରୁନି ତବ ପଦ ସେବାକରି
ଆକାଶରୁ ଉର୍ଧ ସ୍ୱର୍ଗରୁ ବି ବଡ
ତୁମେ ମୋ ଜୀବନ ସଳିତା
ଅତି ଆପଣାର ତୁମେ ମୋ ପିତା ।
ରାତିରେ ମୁଁ କେବେ ପାରେନା ଶୋଇ
ଚହିଥାଏ ନିତି ମୁଁ ଚେଇଁ
ତୁମେ ଦୁଃଖେ ଥିଲେ ଲାଗେ ଅସାର
ନିତି ଦିଅ ମତେ ସ୍ନେହ ଅକୂପାର ।
କେତେ ଦୁଃଖ କ୍ଲେଷ ଯାତନା ସହି
ମଣିଷ କରିଛ ନିଜେ ଦୁଃଖରେ ରହି
ଜୀବନ ତୁମର ଯାତନା ମୟ
ଆମ ସୁଖରେ ତାକୁ କରିନ ଭୟ ।
କ୍ଷଣିକ ଭିଡିଓ କଳର ଦେଖା
ଲାଗେ ନାହିଁ ମତେ କେବେ ଭଳ
ଅମା ଅନ୍ଧକାରେ ରହି ବିନତି କରୁଛି
କରିଦିଅ ଭଗବାନ ମୋ ବାପାକୁ ଭଳ  ।।


ବୃନ୍ଦାବନ ପ୍ରଧାନ
ବାଉଲସିଂହା, ଭଟଲି, ବରଗଡ

Post a Comment

0 Comments