ଯା' ଗର୍ଭେ ଖେଳଇ ତଟିନୀ ତମାଳ
ଯା' ବର୍ଣ୍ଣ ଅଟେ ଶ୍ୟାମଳ,
ଯା' କଥା ଲାଗଇ ମିଠା
ସେ ମୋ ଜନନୀ ଉତ୍କଳ l
ସେ ଉତ୍କଳ ଦେଶେ ପୁଣି
ଆମ ମାତୃଭାଷା,
ମହୁ ଠାରୁ ଭାରି ମିଠା
ଏ ଓଡ଼ିଆ କଥା l
ଇଂରାଜୀ, ବଙ୍ଗାଳୀ ଭାଷା
ଯାଏ ଫିକା ପଡ଼ି,
ଖୋଲି ଗଲେ ଥରୁଟିଏ
ଓଡ଼ିଆର ଭାଷା ପେଡ଼ି l
ଶବ୍ଦ ନାହିଁ ବର୍ଣ୍ଣିବାକୁ
ତା'ଗାରିମା ଗାଥା,
ତା' କଳା କୀର୍ତ୍ତିମା ଲାଗି
ଉଚ୍ଚ ଆମ ମଥା l
ଦିପ୍ତି ସେଠ୍
ବିନିକା, ସୁବର୍ଣ୍ଣପୁର



0 Comments