ମାତୃଭୂମି ଏକା ନୁହଇ ଜନନୀ
ମାତୃଭାଷା ଲୋଡ଼ା ସଭିଙ୍କୁ
ଯା ହୃଦୟେ ଜନ୍ମିନୀ ମମତା ଡୋରି
ହୀନମାନ୍ୟ ସେ ଜୀବନକୁ....
ମାତୃଭୂମି ମାତୃଭାଷା ହିଁ ଜନନୀ
ପ୍ରେମ ଜାତ କର ହୃଦୟେ
ନାହିଁ ଜାର ପ୍ରେମ ନିଜ ଜନନୀ କୁ
କି ଅବା ସିଏ ଜ୍ଞାନୀ ହୁଏ......?
ଆପଣେଇ ଗାଏ ଦିବସ ରଜନୀ
ନିଜ ଭାଷା ପ୍ରୀତି ସଂଗୀତ
ତଟିନୀ ଅବନୀ ବିହଙ୍ଗ କାନନ
ତା ସାଥିରେ ଗାଏ ମରୁତ........
ସ୍ଵାଗତେ ଅବନୀ ଜନମରେ ମୋର
ଦେଇଗଲା କେତେକ ମାତା
ସେଇ ମାତା ସ୍ଥାନେ ଭାଷା କୁ ସଜାଇ
ହୋଇଗଲା ପୁଣି ବିଧାତା.....
ଜନମୁ ଶୁଣିଲି ଭାଷା ମୁଁ ଶିଖିଲି
ଏ ଭାଷାରେ କି ମଧୁରତା
ଗୀତା ଭାଗବତ କେତେ ସୁର ଗୀତ
ବାନ୍ଧେ ସଭିଙ୍କ ଅତ୍ମୀୟତା.......
ପ୍ରେମମୟ ପୁଣି ପ୍ରେମର ପୂଜାରୀ
ତା ସହିତ ପ୍ରେମର ଭାବ
ମିଶିବାକୁ ଲୋଡ଼ା ଭାଷା ର ଜ୍ଞାନ ଟି
ତା ଠୁ ଭାବ ପ୍ରୀତି ଝରିବ.......
ମାତୃଭାଷା ମୋର ଏକା ପରିଚୟ
ଜ୍ଞାନ ବୁଦ୍ଧି କିମ୍ପା ଖୋଜିବି
ଜନନୀ ମୋହର ଏହି ଭାଷାକୁ ମୁଁ
ହୃଦୟରୁ ସଦା ପୂଜିବି........
ଚିନ୍ମୟୀ କଣ୍ଟା (ଗଡ଼-ତୁମୁଲିଆ, ହେମଗିର ) ସୁନ୍ଦରଗଡ



0 Comments