ଜୟ ମାଆ ସରସ୍ବତୀ ହଂସ ବାହିନୀ
କରରେ ଶୋଭିତ ବୀଣା ପଦ୍ମ ଆସନୀ
ବିଦ୍ଯା ଅଧିଷ୍ଠାତ୍ରୀ ଦେବୀ ମା' ସରସ୍ଵତୀ,
ସଦାବେଳେ ଶ୍ବେତ ବସ୍ତ୍ର ଧାରଣ କରନ୍ତି ।
ଅଜ୍ଞାନ ଅନ୍ଧକାରକୁ କରୁ ଦୂରୀଭୂତ,
ପରିବ୍ଯାପ୍ତ ତୁହି ମାଗୋ ଏ ସାରା ଜଗତ ।
ହସ୍ତରେ ବୀଣା ପୁସ୍ତକ ସ୍ଫଟିକର ମାଳ,
କୁନ୍ଦଫୁଲ ଚନ୍ଦ୍ରମା ମାଆ ବର୍ଣ୍ଣ ଧବଳ ।
ତୋ ଆଶିଷେ କାଳିଦାସ ହୋଇଲା ପଣ୍ଡିତ,
ପୁଣି କେତେ କବିବର ହୋଇଲେ ବିଖ୍ୟାତ ।
ଶାରଳା ଦାସ ଯେ ପୁଣି ଲଭି ତୋ କରୁଣା ,
କେତେ କେତେ ଗ୍ରନ୍ଥ ସେହୁ କରିଲେ ରଚନା ।
ମୁକ ସତେ କଥା କହେ ତୋ ଆଶିଷ ପାଇଁ ,
ଜିହ୍ବା ଅଗ୍ରେ ଥାଇ ତୁମେ ପଦ ଦିଅ କହି ।
ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ର ତିଥି ,
ଶିକ୍ଷାନୁଷ୍ଠାନରେ ପୂଜା କରନ୍ତି ବିଦ୍ଯାର୍ଥୀ ।
ଶାରଦା ବରଦା ତୁହି ମାଆ ବୀଣାପାଣି ,
ଜ୍ଞାନ ଦାତ୍ରୀ ବିଦ୍ଯା ଦାତ୍ରୀ ତୁହି ମା' ଜନନୀ ।
ତୋ ଚରଣ ତଳେ ମୋଗୋ କରୁଛି ବୀନତି
ଆଶିଷ କର ପ୍ରଦାନ ମାଆ ସରସ୍ବତୀ ।
କଣ୍ଠେ ମୋର ରହି ମାଆ କହିଦିଅ ପଥ ,
ସତପଥେ ଚାଲିବି ମାଆ କରୁଛି ଶପଥ ।
ବୈଜୟନ୍ତିମାଳା ରାଉତ
ଶାସନପଦା, ନିଆଳି, କଟକ
8984757277



0 Comments