ବୀଣାପାଣି ସରସ୍ୱତୀ - ପ୍ରତାପ କେଶରୀ ସାହୁ


ମାଘମାସ ଶୁକ୍ଲ ପଞ୍ଚମୀ ତିଥି
ପୂଜା ପାଇଥାଏ ମାଁ ସରସ୍ୱତୀ ।
ଶୁକ୍ଲ ବସନରେ ହୁଏ ମଣ୍ଡିତା
କରେ ଶୋଭାପାଏ ବୀଣା ଯନ୍ତ୍ରଟା ।।୧।।
ମରାଳ ବାହିନୀ ମନୋହାରିଣୀ
ମୁନିଋଷିଙ୍କର ପଦ ବନ୍ଦିନୀ ।
ସର୍ବଲୋକଙ୍କର ବିଦ୍ୟାଦାୟିନୀ
ପୂଜାକରେ ତେଣୁ ମୂର୍ଖ କି ଜ୍ଞାନୀ ।।୨।।
ମୂର୍ଖ କାଳିଦାସ ଥିଲେ ଅଜ୍ଞାନ
ତୋ କୃପାରୁ ବୋଲାଇଲା ବିଦ୍ୱାନ ।
କରୁଣାମୟୀ ତୁ ଜଗତମାତା
ଶକ୍ତିମୟୀ ପୁଣି ଜଗତପାଳିକା ।।୩।।
ଯେଉଁ ଲୋକ ତୋର ଭଜନ କରେ
ନିମିଷେ ତାହାର ଦୁଃଖ ପଳାଏ ।
ପୁଣ୍ୟଶ୍ଲୋକା ତୁହି ଦୁଃଖ ହାରିଣୀ
ସୁର ଦେବତାଙ୍କ ପ୍ରିୟବାଦିନୀ ।।୪।।
ନମୋ ବୀଣାପାଣୀ ସରସ୍ୱତୀ
ନମୋ ବାକ୍ ଦେବୀ ଘେନ ପ୍ରଣତି ।
ସୁଦୟା କର ମାଁ ମୋହର ଠାରେ
ପ୍ରତାପ କେଶରୀ ତୋ ପାଦତଳେ ।।୫।।


ପ୍ରତାପ କେଶରୀ ସାହୁ (ପ୍ରଧାନ ଶିକ୍ଷକ ପ୍ରା.ବି.)
ପଲମ, ନର୍ଲା, କଳାହାଣ୍ଡି(ଓଡିଶା)
ଭ୍ରାମ୍ୟମାଣ ଦୂରଭାଷ-୮୯୧୭୪୦୫୬୧

Post a Comment

0 Comments