ସରସ୍ଵତୀ ଶରଣେ - ରଞ୍ଜିତ କୁମାର ସାହୁ


ଯୁଗ ଯୁଗ ଧରି ମାଘେ ବିଜେ କରି,
ଦେଇଛ ଆଶିଷ, ମାଆ ଭଗବତୀ ,
ନିର୍ମଳ ଚିନ୍ତନ ମାନସରେ ଭରି, 
ଶରଣେ  ତୁମ୍ଭର ରଖ ସରସ୍ଵତୀ  II 

ଶ୍ଵେତ ବସ୍ତ୍ରାବୃତ୍ତା  ପୁଷ୍ପରେ ଶୋଭିତା,
ପଦ୍ମାସନା ଦେବୀ  ଦେବ  ବନ୍ଦିତା,
ତ୍ରିଲୋକରେ ସଦା ହୋଇଛ ପୂଜିତା 
ଜ୍ଞାନର ମାତା ତୁମେ ଚିର ସ୍ରୋତା  II 

ଅଜ୍ଞାନ ଅନ୍ଧାର ହୋଇ ଯାଉ ଦୂର,
କର ବିଜେ ମାତା  ଜ୍ଞାନ ଦାୟିନୀ I 
ଶାନ୍ତି ହେଉ ଜାତ ସଙ୍ଗୀତେ ଵୀଣାର  
ହଂସ ବାହିନୀ ବିଦ୍ୟା ପ୍ରଦାୟିନୀ  II 

ରଞ୍ଜିତ କୁମାର ସାହୁ 
ଯୁକ୍ତରାଷ୍ଟ୍ର ଆମେରିକା 

Post a Comment

0 Comments