ବ୍ରହ୍ମା ନନ୍ଦିନୀ ବିଦ୍ୟା ପ୍ରଦାୟିନୀ
ଅଭୟ ଦାୟିନୀ ସରସ୍ୱତୀ
ହଂସ ବାହିନୀ ମା ବୀଣାପାଣୀ
ପୂଜନ୍ତି ସକଳ ବିଦ୍ୟାର୍ଥୀ।୦।
ଞାନ ପ୍ରଦାୟିନୀ ଅଞାନ ନାଶିନୀ
ବାଗ୍ଦେବୀ ବରଦା ଶାରଦା
ଶୁଭ୍ରବସ୍ତ୍ରା ପରିହିତା ମା ଜନନୀ
ପୁସ୍ତକ ହସ୍ତେମା ଶୁଭଦା୧।
ବିଶ୍ୱରୂପା ବିଶାଳାକ୍ଷୀ ବିଦ୍ୟାଦେହୀ
ସର୍ବ ଦେବକରନ୍ତି ପୂଜା
ଆଶୀଷ ଦାୟିନୀ ମା ବୀଣାପାଣୀ
ମୂର୍ଖ ହୁଏ ଞାନୀ ଉଡେଧ୍ୱଜା।୨।
ଞାନ ର ଆଲୋକ ଉଦ୍ଭାସିତ ହେଉ
ଅଞାନ ତିମିର ନାଶିନୀ
ଓଁକାର ଶବଦେ ବେଦଧ୍ୱନୀ ନାଦେ
ନିନାଦିତ ହେଉ ଧରଣୀ।୩।
ଆଶୀଷ ରେ ଭରି ଦିଅ ମା ଶାରଦା
ସରସ୍ୱତୀ ନମେ ପୟରେ
ତୁମ କରୁଣାରୁ ଏଧରା ଧାମେ
ଞାନ ଝରୁ ସଦା ସଂସାରେ।୪।
ପୁଷ୍ପାଞ୍ଜଳି ପଣ୍ଡା
କେନ୍ଦ୍ରାପଡା
ମୋ - 9861457563



0 Comments