ଭୁବିଶ - ଗୀତରୋହୀ ଦାସ


ସୁନ୍ଦୁର୍ ମନର୍ ଚଡକ୍ କଥା 
ଲୁକେଇ ଦେସି କେତେ 
ଭୁବିଶ୍ କରି ଦିନ୍ ବିତାସି 
ଲାଜେଇ ହେସି ସତେ । 
ଭିତ୍ରେ ଭିତ୍ରେ ଛନ୍ କପଟ୍ କେ 
ଭରି ଦେଇଛେ ମନେ 
ଲୋକ୍ ଦେଖନିଆ ଦେଖେଇ ହେସି 
ରକମ୍ କରସି ବନେ । 
ମାତ୍ ଲାଗସି ସାଙ୍ଗର୍ କଥା 
ରହିଛେ ଆଏଜ୍ ଚୁପ୍ 
ଲୋକର୍ ଆଗାଡେ କରୁଛେ ଭୁରକୁଟି
ନାଇଁ ଜାନନ୍ ତା'ର୍ ରୂପ୍ । 
ମାଏନ୍ ମନଛା ମନର୍ ଦୁଃଖ୍ କେ 
ଦେଉଥିଲା ମୋତେ ବାଟିଁ 
ନୂଆ ସାଙ୍ଗ୍ ଟେ ପାଏଲା ଦିନୁ 
ରକମେ ହେଉଛେ ଘାଁଟି । 
ତୋର୍ ଦୁଃଖେ ମୁଇଁ ହେମି ଠିଆ 
କହେଲୁ ମିଠା କଥା 
ସାଙ୍ଗ୍ ଦେଖନିଆ କରୁଛୁ ନାଟକ୍ 
ନାଇଁ ଚିହ୍ନି ତୋତେ ଗୀତା । 

ଗୀତା ରୋହିଦାସ 
ଝାରସୁଗୁଡା

Post a Comment

0 Comments