ଟୁକେଲ୍:- ରଙ୍ଗ୍ ରସିଆ ଟିକଲ୍ ମାରୁ
ରକମ୍ କରୁଛୁ କେତେ,
ବାଲ୍ ସଲ୍କେଇ କଳର୍ ଉଠେଇ
ଉଲ୍ଟି ଦେଖୁଛୁ ମତେ..।୧।
ପିଲା:- ନାଇଁବୋ ଟୁକେଲ୍ ହେଂତା ନାଇଁ କ '
ଭଲ୍ ପାଉଛେଁ ତତେ ,
ମୋର୍ ରକମ୍ କେ ଘାଏଁ ଦେଖୁଛୁ ଯେ,,
ପସନ୍ଦ୍ କର୍ସୁ କେଁ ମତେ...।୨।
ଟୁକେଲ୍:- ହାଣି କଳା ଲେଖେଁ ଦେହେ ହେଇଛେ
ଚାଉଳ ଫୁନା କୁଲା କାନ୍,
ମୁଇଁ ଯଦି ତତେ ପସନ୍ଦ୍ କଲେ ତ ..
ସରି ଯିବା ମର୍ ମାନ୍।୩।
ପିଲା:- ଠୁଟିଁ ଝାଡୁ ବାଗିର୍ ବାଳ୍ ଆଏ ତୋର୍
ଟେରୀ ଆଁଖୀ ସୀଙ୍ଗେନ୍ ନାଖି,
ତତେ କିଏ ସତେ ଭଲ୍ ପାଉଛେ ଗା..
ନାଇଁ ହ ବେଶୀ ଚାଖି।
ଟୁକେଲ୍:- ଲାଇନ୍ ମରା ତୋର୍ ଆଦତ୍ ହେଇ ଗଳାନ
ବୁଲୁଛୁ ଗାଁର୍ ଖୁଲି,
କାମ୍ ଧନ୍ଦା ଛାଡ଼ି ରାଜାର୍ ପୋ ' ଲେଖେଁ
ଆଇଛୁ ପରା କେ ବୁଲି।
ପିଲା:- ସୋର୍ ସୁତର୍ ପରା କଥା କହେବୁ ନୁ ଗା
ମୁଇଁ ତ ଭେଣିଆ ଟୋକା,
ଗୋଟେ ଚୁଟ୍କି ମାର୍ଲେ ଲକ୍ଷେ ଟୁକେଲ୍ ପଟ୍ ବେ
ଭାବୁଛୁଁ କେଁ ମତେ ବୋକା।
ଯଶୋଦା ମାଝୀ
ନୂଆପଡ଼ା (ବୋଇର ଗାଁ)



0 Comments