ଆମ ମାତୃଭାଷା - ରିତା ପଟ୍ଟଯୋଶୀ




        ମୋ ଜନ୍ମଦାତ୍ରୀ ଠାରୁ
              ଜନମ ଲଭି ମୁ
      ମାଟିରେ ପଡିଲି ଯାଇ,
କୁଆଁ କୁଆଁ ନୁହେଁ ସେତ ମା ' ଡାକ
   ମା ମୋ ବୁଝିଲା ଯାଇ.
  ଆଦରେ ଛାତିରେ ଦେଲା ଲଗେଇ.
 ତା ସ୍ନେହ ପରଶେ ସେବା ଯତନରେ
    ମାସ ପରେ ମାସ ଗଲା ବିତି,
  ସମୟ ସୁଅରେ ବଢ଼ି ଚାଲିଲି ମୁଁ
  ମା ସାଥେ ଦିବା ରାତି.
ମା ମୁହଁ ଚାହିଁ ଚିନ୍ହିଲି ସଭିଙ୍କୁ
  ମୋର ପରିବାର ଜନେ,
ଦୃଷ୍ଟି ଆଢୁଆଳେ ରହିଗଲେ କେହି  
     ଖୋଜୁଥାଏ  ଅନୁକ୍ଷଣେ.
  ଅତି ଛୋଟବେଳେ ଦରୋଟି ଭାଷାରେ
       ଆଗେ ମା ' ବୋଲି ମୁଁ ଡାକିଲି ,
ଠୁକୁ ଠୁକୁ ଚାଲି ମାଆ ସାହାଯ୍ୟରେ
   କେତେ କଥା ମୁଁ ଜାଣିଲି.
  ପ୍ରଥମ ଗୁରୁ ମୋ ମା ଜନ୍ମଦାତ୍ରୀ
          ଶିଖାଏ ଧରି ମୋ ଓଠ,
  ଘର, ପରିବାର ଗାଁ, ଗଣ୍ଡା ପୁଣି
    ପରିବେଶ ଦେଶ, ଦଶ .
     ସମୟ ସୁଅରେ ପାଞ୍ଚବର୍ଷ ହେଲା 
   ବିଦ୍ୟାଳୟ କୁ ମୁଁ ଗଲି,
    ଅକ୍ଷର, ବର୍ଣ୍ଣମାଳା, ମାତ୍ରା, ଯୁକ୍ତାକ୍ଷର
     ସବୁକିଛି ମୁଁ ପଢ଼ିଲି  .
  ତାପରେ ପଢ଼ିଲି ଗଣିତ, ସାହିତ୍ୟ
     ଇତିହାସ ଓ ଭୂଗୋଳ,
 ହିନ୍ଦୀ, ସଂସ୍କୃତ, ପରିବେଶ ପାଠ
  ମୁଣ୍ଡ କୁ କରିଲା ଗୋଲ.
  ମା ' ଠୁ ପ୍ରଥମେ ଯେ ଭାଷା ଶିଖିଥିଲି
         ତାହା ଥିଲା ମାତୃଭାଷା,
   ଅମୃତୁ ମଧୁର ମୋର ମାତୃଭାଷା
  କିଏ ତାହା ସରିହେବ ?
  ମନର ଭାବକୁଭାଷା ରେ ପ୍ରକାଶିଲେ
    ତାହା ଗପ  ଓ କବିତା ହୁଏ,
    ଚିରଞ୍ଜିବି ହୁଏ ମୋ ମାତୃଭାଷା
  ମୋ କବି ତା ଜୟ ଗୀତି ଗାଏ.
  ଆମେ ଓଡ଼ିଆ ଭରି ବଢିଆ 
    ଓଡ଼ିଆ ଆମ ମାତୃଭାଷା ,
ଆମରି ଭାଷା ରେ ଭାବ
        ଆଦାନ ପ୍ରଦାନ କଲେ
     ଆମେ କେଭେ ହେବାନାହିଁ
      ଲୋକହସା .
"ପ୍ରକୃତି ର କବି କହିଯାଇଥିଲେ,
   " ମାତୃଭୂମି ମାତୃଭାଷା ରେ ମମତା
    ଯାହୃଦେ ଜନମି ନାହିଁ .
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା
      ଅଜ୍ଞାନ ରହିବେ କାହିଁ? "

            ରୀତା ପଟ୍ଟଯୋଶୀ,
                        ମୋଟେର
             

Post a Comment

0 Comments