ମାତୃଭୂମି ମାତୃଭାଷା ଓ ଜନନୀ
ଆମ ଚିର ବନ୍ଦନୀୟା
ଭାଷା ଓ ସଂସ୍କୃତି ପରିଚୟ ଦିଏ
ଜନ୍ମଭୂମି ମୋ ବଢିଆ।
ଜନନୀ ଗର୍ଭରୁ ଜନ୍ମ ହୋଇ ଶିଶୁ
କହିଥାଏ ଯେଉଁ ଭାଷା
ସେହି ଭାଷା ଗୋଟି ଅଟଇ ତାହାର
ଅତି ପ୍ରିୟ ମାତୃଭାଷା।
ଓଡ଼ିଶା ମାଟିରେ ଜନମ ଆମରି
ଆମରି ଭାଷା ଓଡ଼ିଆ
ସବୁଠୁ ମଧୁର ସବୁଠୁ ସୁନ୍ଦର
ଭାଷା ମୋ କେତେ ବଢ଼ିଆ ।
ଭାଷାର ଭିନ୍ନତା ମଧ୍ୟରେ ଓଡ଼ିଆ
ଅରଜି ସ୍ଵତନ୍ତ୍ର ସ୍ଥାନ
ଓଡ଼ିଶା ମାଟିର ସ୍ଵାଭିମାନ ସାଜି
ପାଇଛି ଜାତୀୟ ମାନ୍ୟ ।
କହିବା ଓଡ଼ିଆ ଲେଖିବା ଓଡ଼ିଆ
ଏ କଥା ଭୁଲିବା ନାହିଁ
ମାତୃଭାଷା ପ୍ରିତି ଅତୁଟ ରଖିବା
ସଭିଏଁ ଭଉଣୀ ଭାଇ ।
ଭେଡେନ ବରଗଡ଼



0 Comments