ମାଆ ସରସ୍ୱତୀ - ଦୀପକ କୁମାର ପାତ୍ର



ବସନ୍ତ ମଳୟ ଫୁଲର ସୌରଭେ 
ମାଘ ପଞ୍ଚମୀ ତିଥିରେ 
ସ୍ବର୍ଗୁ ଅବତରି ଆସିଛ ମାଗୋ 
ବୀଣାପାଣି ଏଇ ମର୍ତ୍ତ୍ୟରେ ।। 
ଶ୍ଵେତପଦ୍ମର ସିଂହାସନେ ମାଗୋ 
ବିରାଜିତ ତୁମେ ହୋଇ 
କର୍ଣ୍ଣରେ କୁଣ୍ଡଳ ଗଳେ ମୁକ୍ତାହାର 
କେଡେ ସୁଶୋଭିତ ଦିଶଇ ।। 
ହସ୍ତରେ ତୁମ୍ଭର ପୁସ୍ତକ ସମ୍ଭାର 
ତୁମେ ଅମାପ ଜ୍ଞାନର ଭଣ୍ଡାର 
ହସ୍ତରେ ନାଇଛ ବୀଣା ମାଗୋ 
ଅପୂର୍ବ ସଙ୍ଗୀତର ବଜାଇ ଝଙ୍କାର ।। 
ତୁମରି ଦୟାରେ ମୂର୍ଖ କାଳିଦାସ 
ଶ୍ରେଷ୍ଠ ପଣ୍ଡିତରେ ହେଲାକ ପ୍ରସିଦ୍ଧ
ତୁମ ନାମଜପି କେତେ ମୁନିଋଷି
ଏଇ ଜଗତରେ ହେଲେକ ସିଦ୍ଧ ।। 
ମାତା ସରସ୍ବତୀ ବିଦ୍ୟାର ଦେବୀ 
ଜଗତେ ବିଖ୍ୟାତ ମାଗୋ ବାଗଦେବୀ 
ତୁମରି ଦୟାରେ ପ୍ରାପ୍ତି ହୁଏ ବିଦ୍ୟା, ବୁଦ୍ଧି
ଆହେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ।।


ଦୀପକ କୁମାର ପାତ୍ର
ବୋରିଆ, କେସିଙ୍ଗା, କଳାହାଣ୍ଡି

Post a Comment

0 Comments