ମା ବୀଣାପାଣି - ସ୍ଵାତି ମହାପାତ୍ର




ଚରଣରେ ତୋର ବାସ ମୋର
ନୀତି ତୋ ଆଗେ କରେ ଜୁହାର..
ଧବଳ ହେଉକି ହେଉ ସେ ଗୋଲାପୀ
ପଙ୍କଜ ରେ ଲୋଭ ତୋର ହେ ଭଗବତୀ..
ଜ୍ଞାନଦାୟିନୀ ବୁଦ୍ଧିଦୟାନୀ ହେ ବୀଣାପାଣି 
ଵିପଦୁ ରକ୍ଷା କରିବୁ ବୁଦ୍ଧି ଦେଇ ନୀତି..
ବନ୍ଦୟୀ ପାଦ ବନ୍ଦନା ନାହିଁ ମା ତୋର ଉପମା
ସୁନ୍ଦର ଶାଳିନୀ ରୂପରେ ମାଳିନୀ..
ହଂସ ବାହିନୀ ରୁପମୟୀ ମା ସରସ୍ବତୀ
ବିଦ୍ୟାଦାତ୍ରୀ ମା ତୁହି କମଳଲୋଚନୀ..
ସୁଖ ଦେବୁ ଦୁଃଖ ମା ଦୁରେଇ
ସାହା ହବୁ ମା ସଭିଙ୍କୁ ଘଣ୍ଟଘୋଡେଇ..
ଉଷା ଆସେ ଯେବେ
ଆସୁ ମା ତୁ ବସନ୍ତ ମାଘେ..
ସର୍ବ କଣ୍ଠରେ କରୁ ମା ତୁ ବିଜେ
ଅଜ୍ଞାନ ଅନ୍ଧାର ଦୂର କରି
ଜ୍ଞାନର ପ୍ରଦୀପ ଦେଉ ଜଳେଇ..
ବିଚିକ୍ଷଣ ବିପୁଳ ବୁଦ୍ଧି
ସୁର ତାଳ ଲୟ ର ମାଧୁର..
ବିଜେ ବୀଣା କର ମଧ୍ୟରେ
କ୍ଷୟ ହେବ ମୂର୍ଖାମୀ
ଉଦୟ ହେବ ଜ୍ଞାନ ବୁଦ୍ଧି..
ଶାନ୍ତି ସମୃଦ୍ଧି ସୁନ୍ଦର ଶୋଭା
ମା ଆସିଲେ ହୋଇବ ସୁଖର ଉଭା..
ହସି ହସିବ ଏ ଧରା ଆସିଲେ ବସନ୍ତ ପାଞ୍ଚମୀ ତୋର 
ଗଗନ ପବନ ହୋଇବ ମୁଗ୍ଧ
ମଧୁର କଣ୍ଠେ ଗାନ ହେବ ନାମ ତୁମର..
ମୁହିଁ ଅଧମ ଜାଣି ନାହିଁ କରି ତୋ ବନ୍ଦନା
ଯେତିକି ଆସଇ ଦେଲି ମୁଁ ଗାରେଇ
ମୋ ଅକ୍ଷମ କୁ ଚାହୁଁଥିବୁ ଦୟାରେ ମା ତୁହି..
ସତ ସତ ପ୍ରଣାମ ମୋର କରିବୁ ଗ୍ରହଣ
ମା ତୋର ନାମ ଧରି ପାରି ହେବି ଅଜ୍ଞାନ ସାଗର..।


ସ୍ଵାତି ମୋହପାତ୍ର
ସୁଭାଷ ବୋଷ ଛକ, ପୁରୀ
ପିନ -752002

Post a Comment

0 Comments