ଶୁଣିଲି ନାନା ଦେଶ ଭାଷା
ପଢ଼ିଲି ନାନା ଦେଶ ଗାଥା
ବୁଝିଛି କେବଳ ମୁହିଁ
ମଧୁର ମୋ ମାତୃଭାଷା l
ଜନ୍ମ ରୁ ମୃତ୍ୟୁ ଯାଏ
ଗାଉଥିବି ତା ମଧୁର ଗାନ
ସଂସାରେ ଥିବା ଯାଏ
ରଖିବି ତାହାରି ଯେ ମାନ l
ଜୀବନ ଥିବା ଯାଏ ମୁହିଁ
ରଖିବି ତାହାରି ସମ୍ମାନ
ନୀତି ପୂଜା କରୁଥିବି ଯେ
ହୃଦୟରେ ଦେଇ ସ୍ଥାନ l
ତାହାରି ମଧୁର ଶବ୍ଦ ରେ
ବିହ୍ଵଳ ଏହି ମୋର ମନ
ତାର ଉଚ୍ଚାରଣେ ଆନନ୍ଦିତ
ମାଁ ର କୋମଳ ମନ l
ଶୁଣିକି ଆସିଲି ମୁହିଁ ଯେ
ଶହ ଶହ ଭାଷା
ସବୁଠୁ ମଧୁର ଲାଗେ
ମୋତେ ମୋ ମାତୃଭାଷା l
ନାମ - ଚମ୍ପାବତି ରଣା
ଜିଲ୍ଲା - ବଲାଙ୍ଗୀର
ଗ୍ରାମ - ବେଲଗାଁ



0 Comments