ଜୟ ମାଁ ଗୋ ସରସ୍ୱତୀ - ଗୌରୀ ମେହେର



ଜୟ ଜୟ ଲୋ ମାଁ ଜୟ ସରସ୍ୱତୀ, 
ଜୟ ଗୋ ମରାଳବାହିନୀ!!! 
ତବ କ୍ରୁପା ହେଲେ ଗ୍ୟାଂନ ଜୌତି ଜଳେ, 
ଜୟ ଗୋ ପୁସ୍ତକ ଧାରିଣୀ । ୧
ଶୁକ୍ଲ ପଂଚମୀରେ ପୂଜା ପାଅ ମାତ, 
ଜୟ ସଂକଟ ହାରିଣୀ!!! 
ଜୟ ଶୁକ୍ଲାମ୍ବରୀ, ମାଁ ଗୋ ଆଦିଶକ୍ତି, 
କ୍ରୁପା କର ମାଁ ଅଭୟଦାୟିନୀ।। ୨
ବ୍ରହ୍ମା ନନ୍ଦିନୀ, ମାତା ବିଣାପାଣୀ, 
ଜୟ ଲୋ ହଂସବାହିନୀ!! 
ଅଗ୍ୟାନ ର ତମସା ହଟେଇ ଦିଅ ଗୋ, 
ଜୟ ଲୋ ମାଁ ପଦ୍ମାସନୀ।। ୩
ହସ୍ତ ରେ ସୁଶୋଭିତ ବୀଣା, ପୁସ୍ତକ, 
ମାଁ ଗୋ ମଂଗଳକାରିଣୀ!!! 
ଗଳାରେ ହିରା ମାଳ, କର୍ଣେ କୁଣ୍ଡଳ, 
କି ସୁନ୍ଦର, ଲୋ ଜଗତଜନନୀ।। ୪
କଣ୍ଠେ ବିରାଜିତ ରହିଥାଅ  ଲୋ ମାଁ, 
ବିଦ୍ୟାଦାତ୍ରୀ, ନାରାୟଣୀ!! 
ଜୟ ଜୟ ଦେବୀ, ଜୟ ଶ୍ୱେତ ପଦ୍ମା, 
ଜୟ ଜୟ ମା ପାପ ବିନାଶିନୀ।। ୫


ଗୌରୀ ମେହେର 
ଗମ୍ଭାରୀଗୁଡା, ନୂଆପଡା
ମୋ - 9178741336

Post a Comment

0 Comments