ଜାଣିନି ତୁମର ଶକ୍ତି ମାଁ
ହେଲେ ଜାଣିଛି ତୁମ କୀର୍ତ୍ତି ମାଁ
ନାହିଁ ତିଥି ନାହିଁ ଦିନ ବାର
ସର୍ବଦା ପୂଜା କରୁଥିବି ମାଁ
ତୁମେ ପରା ମୋ ମାଁ l
କି ଅବା ଦେଇନ ତୁମେ ମାଁ
ସବୁ ତ ତୁମରି ପ୍ରସାଦ ମାଁ
ଯାହା ପାଇଅଛି ଯାହା ଭୋଗୁଅଛି
ସବୁ ତ ତୁମରି ଦାନ ମାଁ
ତୁମେ ପରା ମୋ ମାଁ l
ମନ କଥା ନ କହି ବୁଝିଯାଅ ମାଁ
ହୃଦୟ ବେଦନା ତୁମେ ଜାଣ ମାଁ
ତୁମପାଇଁ ଏ ସୃଷ୍ଟି ପରିପୂର୍ଣ୍ଣ
କପାଳ ଲିଖନ ତୁମେ ଜାଣ ମାଁ
ତୁମେ ପରା ମୋ ମାଁ l
ତୁମେ ଜ୍ଞାନଦାତ୍ରୀ ମାଁ
କଣ୍ଠ ସ୍ଵରେ ତୁମ ଲିପ୍ତ ମୁଁ ମାଁ
ତୁମ ଆଶୀର୍ବାଦ ଲୋଡ଼େ ଖାଲି
ଏତିକି କରୁଣା କର ମାଁ
ତୁମେ ପରା ମୋ ମାଁ l
ହୃଦୟ ବେଦନା ତୁମ କିଏ ବୁଝେ ମାଁ
ନିଜ ଦୁଃଖ ବଖାଣେ ତୁମ ଠାରେ ମାଁ
ତୁମ ଦୁଃଖର କିଛି ଅଂଶ ମୋତେ
ଦେଇ ଦିଅ ମୋତେ ମାଁ
ତୁମେ ପରା ମୋ ମାଁ l
ତୁମ ମହିମା କେତେ ବଖାଣି ବି ମାଁ
ତୁମେ କାହା ପତ୍ନୀ, ଭଗିନୀ ମୋ ମାଁ
ସଂସାର ବନ୍ଧନ ତୁମ ହାତେ ବନ୍ଧା
ତୁମ ପ୍ରେମ ଭକ୍ତି ଲୋଡ଼େ ମାଁ
ତୁମେ ପରା ମୋ ମାଁ l
ଚମ୍ପାବତି ରଣା
ବେଲଗାଁ, ବଲାଙ୍ଗୀର



0 Comments