ଜୟ ସରସ୍ୱତୀ ମାଗୋ ବିଦ୍ଯା ପ୍ରଦାୟିନୀ
ପଦ୍ମାସନା ମାଆଗୋ ହଂସ ବାହିନୀ
ତୁମେ ବିଦ୍ଯାବତୀ ମା' ଭଗବତୀ ଭବାନୀ
ତୁମ ଦୟା ବଳେ ମୁର୍ଖ ହୁଏ ଗ୍ଯାନୀ
କର୍ଣ୍ଣେ ରତ୍ନ କୁଣ୍ଡଳ ସଜ୍ଜିତ
ଗଳାରେ ଗଜମୋତି ଶୋଭିତ
କଜ୍ଜଳ ରେଖାରେ ଚକ୍ଷୁ ମନଲୋଭା
ହସ୍ତରେ ବୀଣା ପୁସ୍ତକ ଶୋଭା
ଜୟ ମା ଶାରଦା ବର ପ୍ରଦାୟିନୀ
ଭାରତୀ ଜଗତୀ ମା' ବ୍ରହ୍ମ ଚାରିଣୀ।
ଜୟ ସରସ୍ୱତୀ ମାଗୋ ବିଦ୍ଯା ପ୍ରଦାୟିନୀ। ୧
ଶୁଭ୍ରବସ୍ତ୍ରେ ମାଗୋ ସଦା ତୋଷମତି
ସଦା ସର୍ବଦା ମା' ଶାନ୍ତ ମୂର୍ତ୍ତି
ମାଆ ବୀଣାପାଣି ଦିଅ ବିଦ୍ଯାର ଭଣ୍ଡାର
ତୁମ ପଦେ ମା' କୋଟି ନମସ୍କାର
ଭୁବନେଶ୍ୱରୀ ମା' ଚନ୍ଦ୍ରକାନ୍ତି
କୁମୁଦି ପାଦେ ରହୁ ସଦାଭକ୍ତି
ଜଗତ ଜନନୀ କର୍ମ ଦାୟିନୀ
ଜୟ ସରସ୍ୱତୀ ମାଗୋ ବିଦ୍ଯା ପ୍ରଦାୟିନୀ। ୨
ବ୍ରହ୍ମା ସୁତା ମାଗୋ ସ୍ବାଧୀ ପତିବ୍ରତା ସତୀ
ଜଗତୀ ଭଗବତୀ ଭାରତୀ
ବୀଣାବାଦନେ ବିଷ୍ଣୁଙ୍କ ମନକୁ ମୋହିଲ
ବିଷ୍ଣୁପ୍ରିୟା ନାମେ ଖ୍ଯାତ ହେଲ
ବସନ୍ତ ପଂଚମୀ ମାଗୋ ତୁମ ତିଥି
ବିଦ୍ଯାଦାନ ଦିଅ ଆଗୋ ଦୟାବତୀ
ରଖିଥାଅ ଦୟା ସଦା ମନଜାଣି
ଜୟ ସରସ୍ୱତୀ ମାଗୋ ବିଦ୍ଯା ପ୍ରଦାୟିନୀ।
ନନ୍ଦନ ବିହାର, ପଟିଆ, ଭୁବନେଶ୍ୱର
ଫୋନ୍ ନଂ- ୮୩୨୮୯୮୫୦୫୬



0 Comments