ମାଏଜି ମୁନୁଷର୍ କଥା
ମୁନୁଷ୍_
ଶୁନ୍ ଗୋ ମୋର୍ ଚେପଟି ନାକି
ହଲଦିମାଖି
ପାଖେ ଖନେ ଆ ମୋର୍ ବସ୍!!,
କେଁ ହେଲାଯେ ମୁହୁଁ ଫୁଲଉଛୁ
ମଖେ ସତଉଛୁ
ଫାକିଗଲା କେଁ ତୋର୍ ପ୍ରେମ୍ ରସ।୧
ମାଏଜି____
ନେଇଁ କରନା ସେ ପେରେମର୍ କଥା,
ନନୀର ବୋପା
ତମକେ ତୋ ଫାପତି ନିନା,
ସକାଲୁନ୍ ବେଲବସା ତକ୍ ଭଁଟାତି ଥିସ,
ଖାଲି କାମ୍ ବୋଲୁଥିସ
ଘରେ ଆମେ ତନାବନା।।।। ୨
ବିହା ଆଗ କେତେ କଥା ହଉଥିଲ,
ଭଲ୍ ପାଉଥିଲ,
ହାର୍, ଶାଡୀ, ଚୁଡି ଘିନିଦଉଥିଲ,!!
ଏଥି ବୁଲେଇନେମି, ସେଟା ଆନମି
କେତେ ଆଶ୍ ଦେଇ
ସବୁ ତମେ ପାଶରିଗଲ।।।।। ୩
ମୁନୁଷ୍__
ଯେଁଟା ବେଲେ ହେଟା ତୋ ଆନସିଁ
ପକେଟ୍ ଶୁଇନ୍ କରିଦେସିଁ
ତେନେବି ନି ବୁଝୁଛେ ତୋର୍ ମନ୍!
ସେଦିନେ ତିନ୍ ତୋଳାର ହାର୍ ଆନିଦେଲିଁ,
ଶାଡୀ, ଚୁଡି ଝୁଲେକ୍ ଦେଲିଁ
ଘରେ ରଖିଛୁ ଯେ କରି ଯତନ୍।୪
ମାଏଜି_____
ଘର୍ କେ ଏଲେ ଖାଲି ଫୁନ୍ କେ ଦେଖୁଥିସ,
ମୁରକି ହସୁଥିସ,
ଆର୍ କାକେ ନି କରବାର ତୋ ପିରତୀ?
ହେନ୍ତି ଏ ବେଲେ ମୁଇଁ ବାପ୍ ଘର୍ ପଲାମି,
ହେନ ପଛେ ଥିମି,
ତମେ ଗାଉଥିବ ତମର୍ ପିରତୀର ଗିତୀ।।।।।।୫
ମୁନୁଷ୍_____
ଏନ୍ତି ନି କ୍ୱୋ ଗୋ ମୋର୍ ସପନର୍ ରାଣୀ,
ଚାନ୍ଦିନୀ ମୁହିଁ,
ତଖେ ଭଲ୍ ପାଉଛେ, ପାଉଥିମି!!
ମୋବାଇଲ୍ ଧରସିଁ ଯେ ଅଫିସ୍ ର କାମେ,
ଆର୍ କେନ୍ ଟୁକିଲ୍ ନିନ ମୋର୍ ମନେ,
ଆର୍ କେନ୍ତା କରି ତଖେ ବୁଝାମି। ୬
ତୁଇ ଏକା ମୋର୍ ସାଥୀ ଗୋ ସାତ୍ ଜନମର୍!!!
ତୋର୍ ପାଦେ ରୁକେଇଦେମି ଯେ ସବୁ ସୁଖ୍ ସରଗର୍।।।।।।। ୭
ଗୌରୀ ମେହେର
ଗମ୍ଭାରୀଗୁଡା
ନୂଆପଡା



0 Comments