ନାରୀ ନାରାୟଣୀ - ଅନ୍ତର୍ଯ୍ୟାମୀ ସାହୁ




କେବେ ସାଜ ତୁମେ ଜନନୀ ଭଗିନୀ 
କେବେ କନ୍ୟା କେବେ ଜାୟା,
କେବେ ସାଜ ତୁମେ ଚଣ୍ଡୀ ଦୁର୍ଗା କାଳୀ
କେବେ ପୁଣି ମହାମାୟା ॥୧॥
ଜନନୀ ରୂପରେ ସନ୍ତାନେ ପାଳୁଛ
ଭଗ୍ନୀ ରୁପେ ଭାଇ ହିତ,
ଜାୟା ରୁପେ ସ୍ୱାମୀର ଅଙ୍କ ଶାୟିନୀ
ପୁଣି ପରିବାର ଚିନ୍ତା ॥୨॥
ଦୁହିତା ରୁପରେ ଦୁଇକୂଳ ହିତ
ସାଧନାର ମନ୍ତ୍ର ନେଇ,
ଜଗତ କଲ୍ୟାଣେ ଜନମ ହୋଇଛ
ମର୍ତ୍ତ୍ୟେ ନାରୀ ରୁପ ହୋଇ ॥୩॥
ସ୍ନେହ ଶ୍ରଦ୍ଧା ପ୍ରେମ ଆନନ୍ଦ ପରଶ
ଗନ୍ତାଘର ଅଟନାରୀ,
ନାରୀ ନାରାୟଣୀ ସଂସାର ପାଳିନୀ
ପୁରୁଷଙ୍କ ମନୋହାରୀ ॥୪॥
ନାରୀ ଅଟ ତୁମ୍ଭେ ଶକ୍ତିସ୍ଵରୁପିଣୀ
କେବେ ସାଜି କାତ୍ୟାୟନୀ,
ଦନୁଜ ନାଶନେ ଅବତାର ନିଅ
ନାରୀ ତୁମ୍ଭେ ନାରାୟଣୀ ॥୫॥

ଅନ୍ତର୍ଯ୍ୟାମୀ ସାହୁ
ପଲମ/ନର୍ଲା/କଳାହାଣ୍ଡି
ତା-୦୮/୦୩/୨୨

Post a Comment

0 Comments