ନାରୀ - ସୁଚିତ୍ରା କୁମାରୀ ପୋଲେଇ




ମୁଁ ଅଜ୍ଞ ନୁହେଁ
ମୁଁ ଏକ ଚାପିତ ପରିଚୟ ନୁହେଁ 
ମୁଁ ଆତ୍ମ ସମ୍ମାନ ସହିତ ବଞ୍ଚେ 
ମୁଁ ଜଣେ ଆଧୁନିକ ମହିଳା ଭିତରେ ସ୍ୱାର୍ଥପର ।।

ମୁଁ ଅଟେ ପୁରୁଷର ଶକ୍ତି,
ମୁଁ ଅଟେ ଘରର ସୌନ୍ଦର୍ଯ୍ୟ,
ଏ ସୃଷ୍ଟି ମୋପାଇଁ
ମୋ ଲାଗି ପୁରୁଷଙ୍କୁ ଉପଯୁକ୍ତ ସମ୍ମାନ ମିଳିଥାଏ,
ଘରେ ସୁଖର ଫୁଲ ଫୁଟିଥାଏ ।।

ମୁଁ ନାରୀ,
ମୁଁ ସୀତାଙ୍କ ମନରେ,
ମୁଁ ରାଧାଙ୍କ ମନରେ,
ମୁଁ ଦ୍ରୌପଦୀ ମନରେ,
ଯୁଗେ ଯୁଗେ ନାରୀର ଯଶ ଲଭିଛି,
ମୁଁ ଅଟେ ପୃଥିବୀରେ ସମାନ ପରିତ୍ରାଣ |

ମୁଁ ଜଗତର ମାତା,
ମୁଁ ଜଗତର ଅଭିଭାବକ,
ମୁଁ ଜଣେ ମହିଳା,
ମୁଁ କାହା ଦ୍ୱାରା ପରାଜିତ ନୁହେଁ,
ମୁଁ ମୋର ଉରରେ ଜନ୍ମ ହୋଇଛି,
ତଥାପି ମୁଁ ଗର୍ଭରେ ମରିଛି ।।

ନାରୀ ମୂଲ୍ୟ ଯେ ଅମୂଲ୍ୟ,
ଶଦ୍ଦେ କହି ହୁଏ ନାହିଁ,
ନାରୀ ବିନା ଦୁନିଆର, 
ଏଠି ମାନେ କିଛି ନାହିଁ,
ଯେଉଁ ପୁରୁଷ ଅପମାନ କରେ 
ଏ ନାରୀ ଜାତିକୁ,
ସେ ନାରୀ ଗର୍ଭେ ସାଇତିଛି 
କୋଳେ ବଢ଼େଇଛି ସେଇ ପୁରୁଷକୁ ।।

କେତେ ନୀରବି ରହିବ
ହେ ଜନତା ଉଠ ଜାଗ୍ରତ ହୁଅ
ଦୋଷୀକୁ ଶାସ୍ତି ନାରୀକୁ ସୁରକ୍ଷା ଦିଅ
ସର୍ବ ଠାରେ ନାରୀର ଇଜ୍ଜତକୁ ସମ୍ମାନ ଦିଅ।।


ସୁଚିତ୍ରା କୁମାରୀ ପୋଲେଇ
ପୁରୁଷୋତ୍ତମପୁର(ସମା),ଗଞ୍ଜାମ

Post a Comment

0 Comments